୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ

ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ ଦେଶର କ୍ଷମତାଶାଳୀ ଲୋକ, ଶିଳ୍ପପତି, ବ୍ୟବସାୟୀ, ବିରୋଧୀ ଦଳର ବଡ ବଡ ନେତା ଏବଂ ବିଭିନ୍ନ ସେଲିବ୍ରେଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବହୁ ଭକ୍ତ ଅପେକ୍ଷାରତ ଅଛନ୍ତି। କିନ୍ତୁ ଆମେ ଏପରି ଏକ ସନ୍ଥଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ ବିବାହ ନ କରିବା ପାଇଁ ଶପଥ ନେଇଥିଲେ। ଦୀର୍ଘ ୩୧ବର୍ଷ ପରେ ତାଙ୍କ ସଂକଳ୍ପ ପୂରଣ ହେବାକୁ ଯାଉଛି। ସେ ହେଉଛନ୍ତି, ମଧ୍ୟପ୍ରଦେଶ ବୈତୁଳର ବାସିନ୍ଦା ଭୋଜପାଲି ବାବା।

ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭୋଜପାଲି ବାବାଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ୨୧ବର୍ଷ ବୟସରେ ଏନେଇ ସଂକଳ୍ପ ନେଇଥିଲେ। ବାବାଙ୍କ ଏହି ସଂକଳ୍ପ ଜାନୁୟାରୀ ୨୨ର ପୂରଣ ହେବାକୁ ଯାଉଛି।

ଭୋଜପାଲି ବାବାଙ୍କ ଘର ଭୋପାଳରେ। ସେ ଏବେ ବୈତୁଳ ଜିଲା ମିଲାନପୁରରେ ରହୁଛନ୍ତି। ତାଙ୍କ ପୁରା ନାଁ ରବିନ୍ଦ୍ର ଗୁପ୍ତା ଓରଫ। ୧୯୯୨ରେ ବାର୍ବି ମସଜିଦ ମାମଲାରେ କର ସେବକ ଭାବେ ଭୋପାଳରୁ ଅଯୋଧ୍ୟାକୁ ଆସିଥିଲେ। ପରେ ଏଠାକୁ ଆସି ତାଙ୍କର ଭଗବାନ ରାମଙ୍କ ପ୍ରତି ଏତେ ମାତ୍ରାରେ ବିଶ୍ୱାସ ହୋଇଯାଇଥିଲା ଯେ, ମାତ୍ର ୨୧ବର୍ଷ ବୟସରେ ମନ୍ଦିର ନ ହେବା ଯାଏଁ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ। ବାବାଙ୍କ ପରିବାର ତାଙ୍କୁ ବହୁଥର ରାଜି କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ବାବା ତାଙ୍କ ସଂକଳ୍ପରେ ଦୃଢ ରହିଥିଲେ।

ଏବେ ବାବା ୫୨ବର୍ଷରେ ଉପନୀତ ହୋଇଛନ୍ତି। ବୟସ ଅଧିକ ହୋଇଯିବାରୁ ସେ ଆଉ ବିବାହ କରିବେ ନାହିଁ ଏବଂ ସାରା ଜୀବନ ସନାତନ ଧର୍ମକୁ ଉତ୍ସର୍ଗୀକୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri