Posted inଜାତୀୟ

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ ମଧ୍ୟପ୍ରଦେଶ ପ୍ରୋଟେମ ବାଚସ୍ପତି ରାମେଶ୍ୱର ଶର୍ମାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶର୍ମା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ କରୋନା ମହାମାରୀ ଶେଷ ହେବ। ରାକ୍ଷସ ବଦ୍ଧ ପାଇଁ ଭଗବାନ ରାମ ଜନ୍ମ ହୋଇଥିଲେ। ତେଣୁ ୫ ତାରିଖରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ମାତ୍ରେ କରୋନା ପରି ମହାମାରୀର ବିନାଶ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଶିଳାନ୍ୟାସ କରିବେ। ଏହି ସମୟ ମଧ୍ୟରେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭାବରେ ଯତ୍ନ ନିଆଯିବ। ଶ୍ରୀ ରାମ ଜନ୍ମଭୂମିର ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ ୧୫୦ ନିମନ୍ତ୍ରିତ ବ୍ୟକ୍ତିଙ୍କ ସମେତ ୨୦୦ରୁ ଅଧିକ ଲୋକ ଏକାଠି ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲ

ଥିରୁଭାଲ୍ଲା,୧।୧୦: ଜଣେ ନାବାଳିକାଙ୍କୁ ୨ ବର୍ଷ ପର୍ଯନ୍ତ ବଳାତ୍କାର କରିଥିବା ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କୁ କେରଳର ଏକ ଅଦାଲତ ଶୁକ୍ରବାର ୧୪୨ ବର୍ଷ ସଶ୍ରମ କାରାଦଣ୍ଡାରେ...

ରାଜନୈତିକ ଫାଇଦା ପାଇଁ କେନ୍ଦ୍ର-ରାଜ୍ୟ ସରକାର ଜାଣିଶୁଣି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା…

ନୂଆଦିଲ୍ଲୀ, ୬।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଯାଇଥିବା ସୁରକ୍ଷା ଅବହେଳା ସମ୍ପର୍କରେ ଭାରତୀୟ ଚାଷୀ ସଂଘର ମୁଖପାତ୍ର ରାକେଶ ଟିକାଏତ୍‌ଙ୍କ...

ରବିବାରଠାରୁ କରୋନା ଟିକାର ତୃତୀୟ ଡୋଜ୍‌…

ନୂଆଦିଲ୍ଲୀ, ୯।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌...

ଗଙ୍ଗା ନଦୀକୁ ଖସିପଡିଲା ଜିପ୍‌: ୯ ଜଣଙ୍କ ଜୀବନ ଗଲା

ପାଟନା,୨୩।୪: ବିହାରର ରାଜଧାନୀ ପାଟନା ଦାନାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଠାରେ ପିପା ବ୍ରିଜ ଦେଇ ଯାଉଥିବା ଏକ ଜିପ ଗଙ୍ଗା ନଦୀକୁ ଖସିପଡିଛି।...

ବିଭେଦ ସୃଷ୍ଟି କରୁଛି ଭାଜପା ସରକାର: ସୋନିଆ

ରାଏବରେଲି,୨୨।୨: ଭାଜପା ନେତୃତ୍ୱାଧୀନ ସରକାର ଲୋକଙ୍କ ମଧ୍ୟରେ ବିଭେଦର ମଞ୍ଜି ବୁଣିବା ବ୍ୟତୀତ ଅନ୍ୟ କିଛି କରୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର...

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର...

ପୁଣି ବିବାଦରେ ଦିଦି

କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ...

ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

Advertisement
Archives

Model This Week