ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ ନିଜ ଫଟୋ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହିତ ଜିଲ୍ଲାପାଳଙ୍କୁ ତାଗିଦ ମଧ୍ୟ କରିଛନ୍ତି । ରବିବାର ଝାରସୁଗୁଡା ଜିଲା ପ୍ରଶାସନ ତରଫରୁ କୋଲାବିରା ବ୍ଲକରେ ହେଉଥିବା କୃଷକ ସମାବେଶରେ ଯୋଗ ଦେବାପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଞ୍ଚରେ ପହଁଞ୍ଚଥିଲେ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବକ୍ତବ୍ୟ ପରେ ସାଂସଦ ପ୍ରଦୀପ ପୁରୋହିତ ନିଜ ବକ୍ତବ୍ୟ ରଖିବା ବେଳେ ସମାବେଶ ପାଇଁ ହୋଇଥିବା ବ୍ୟାନରରେ ନିଜ ଫଟୋ ନଥିବା ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ତାଗିଦ କରିଥିଲେ ।

ସାଂସଦ କହିଥିଲେ ଯେ, ମୋତେ କଣ ଅସମ୍ମାନ କରିବା ପାଇଁ ଏଠାକୁ ଡକାଯାଇଛି। ପ୍ରୋଟୋକଲ ହିସାବରେ ବ୍ୟାନରରେ କଣ ସାଂସଦଙ୍କ ଫଟୋ ଦେବାର ନିୟମ ନାହିଁ, ଯଦି ତୁମର ଏମିତି କରିବାର ଥିଲା ତେବେ ମୋତେ ଏହି କାର୍ଯ୍ୟକ୍ରମକୁ କାହିଁକି ଡାକିଛ ବୋଲି ଜିଲ୍ଲାପାଳଙ୍କୁ ତାଗିଦ କରିଥିଲେ । ବିଜେଡି ସରକାର ଥିବା ବେଳେ ଭାଜପା ବିଧାୟକ, ଏମପିମାନଙ୍କୁ ଏପରି ବ୍ୟବହାର କରାଯାଉଥିଲା । ତତ୍କାଳୀନ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଫଟୋ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଦିଆଯାଉନଥିଲା । ସେତେବେଳେ ତ ବିଜେଡି ସରକାର ଥିଲା, ଏବେ ଆମ ସରକାର ରେ ଆମପ୍ରତି ଏପରି ଅସମ୍ମାନକୁ ପ୍ରଶୟ ଦିଆଯିବ ନାହିଁ । ଏହାପ୍ରତି ଆଗାମୀ ଦିନରେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସାଂସଦ କହିଥିଲେ । ଏହାପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତାଙ୍କ ଅଭିଭାଷଣ ରଖିବା ସମୟରେ ଜିଲ୍ଲା ପ୍ରଶାସନ ଆଗକୁ ଏପରି କରିବ ନାହିଁ ଏହା ଅଜାଣତରେ ହୋଇ ଯାଇଛି ବୋଲି କହିଵା ସହିତ ସାଂସଦ ଏହି ଘଟଣାରେ ମନଦୁଃଖ କରନ୍ତୁ ନାହିଁ ବୋଲି କହିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri