ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍ପି ଅନନ୍ତ ନାୟକ ଓ ପାଟଣା ଏମ୍ଏଲ୍ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା ବ୍ଲକ ମୁଖ୍ୟାଳୟ ବଜାର, ପାଟଣା ଓ ତୁରୁମୁଙ୍ଗା ବାଜାରରେ କର୍ମୀଙ୍କ ସହ ରଙ୍ଗ ଖେଳି ଲୋକଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।
ଏମ୍ପି ଓ ଏମ୍ଏଲ୍ଙ୍କ ସହ ସାହାରପଡ଼ା ଭାଜପା ମଣ୍ଡଳ ସଭା ପତି ବୁଲୁ ବାରିକ, ବିଧାୟକଙ୍କ ସାହାରପଡ଼ା ବ୍ଲକ ପ୍ରତିନିଧି ନରେନ୍ଦ୍ର ମହାନ୍ତ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ପୂର୍ବତନ କପୁଣ୍ଡି ସମିତି ସଭ୍ୟ ମହେଶ୍ୱର ପୃଷ୍ଟି, ଆଇନଜୀବୀ ଶିବାଜୀ ଗୌତମ ମହାନ୍ତ ବର୍ମା, ଅଶ୍ୱିନୀ ମହାନ୍ତ ପ୍ରମୁଖଙ୍କ ସହ ନେତା କର୍ମୀମାନେ ସାମିଲ ହୋଇ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଥିଲେ।