Posted inଜାତୀୟ

ଏତେ ବୋଝ ଆପଣଙ୍କ ଉପରେ ପକାଇବା ଉଚିତ ନୁହେଁ…ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏମିତି କାହିଁକି କହିଲେ ଓଓ୍ବାଇସି?

ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନ ନୂଆ ବାଚସ୍ପତି ନିର୍ବାଚନ ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ପୁଣିଥରେ ଲୋକ ସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସମସ୍ତ ଦଳର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସବୁ ମଧ୍ୟରେ ହାଇଦ୍ରାବାଦରୁ ଲୋକ ସଭା ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେ କହିଥିଲେ ଯେ ସଂସଦର ନେତାମାନେ ଆପଣଙ୍କୁ ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ଦେଖି ଗର୍ବ ଅନୁଭବ କରୁଛନ୍ତି। ହେଲେ ବାସ୍ତବତା ହେଉଛି ଯେ ଶାସକ ଦଳ ପାଖରେ ଅଙ୍କ ରହିଥିଲେ ହେଁ ଜନସାଧାରଣଙ୍କ ବଳ ନାହିଁ। ଅପରପକ୍ଷେ ବିରୋଧୀ ଦଳ ନିକଟରେ ଜନତାଙ୍କ ସ୍ବର ରହିଛି।

ଏଆଇଏମ୍‌ଆଇଏମ୍‌ ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ଲୋକ ସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରି ଛୋଟ ଦଳଗୁଡ଼ିକୁ ସଂସଦରେ କହିବାର ସୁଯୋଗ ଦେବାକୁ କହିଛନ୍ତି। ଗତ ଲୋକ ସଭାର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁଭଳି ଭାବେ ୧୭ତମ ଲୋକ ସଭାରେ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଉଥିଲା, ସେହିଭଳି ୧୮ତମ ଲୋକ ସଭାରେ ଛୋଟ ଦଳଗୁଡ଼ିକୁ ସଂସଦରେ ନିଜ କଥା କହିବାକୁ ସୁଯୋଗ ଦିଆଯାଉ। ସେ ଯେଉଁ ସମୁଦାୟରୁ ଆସନ୍ତି, ସଂସଦରେ କେବଳ ୪% ରହିଛନ୍ତି। ଏଣୁ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉ।

ଏହାଛଡ଼ା ଓଓ୍ବାଇସି କହିଛନ୍ତି, ଏହି ସରକାର ଉପବାଚସ୍ପତି କରି ତାଙ୍କ ବୋଝ କମ କରିବ। ବାଚସ୍ପତିଙ୍କ ଉପରେ ଏତେ ବୋଝ ଲଦିବା ବି ଠିକ୍‌ ନୁହେଁ। ଏବେ ଏହି ଗୃହର ଚରିତ୍ର ବଦଳି ଯାଇଛି। ଭାଜପା କୌଣସି ପ୍ରସଙ୍ଗକୁ ନେଇ ଜବରସସ୍ତି କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri