ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା  ଦେଖିବାକୁ ମିଳିଛି। ସକାଳ ସମୟରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତ୍ରିରଙ୍ଗା ପତ୍ତାକା ଓଲଟା ଉଡୁଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା।
ଏଥିରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଦାରିଙ୍ଗବାଡି ବିଡିିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଭାଜପା ଜିଲା ସଭାପତି ପଣ୍ଡିତ ବିଶିମାଝି ଏବଂ ପୂର୍ବତନ ଜିଲା ସଭାପତି ଜଗନ୍ନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ତେବେ ମଞ୍ଚରେ ସମସ୍ତ ଅତିଥିଙ୍କୁ ସ୍ବାଗତ କରାଯାଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରାଯାଇଥିଲା ତେବେ ମଞ୍ଚରେ ଅତିଥିଙ୍କୁ ଚୌକି ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଦୀର୍ଘ ସମୟଧରି ଅତିଥିମାନେ ଛିଡ଼ା ହୋଇ ଅଭିଭାଷଣ ରଖିଥିଲେ । ଯାହାକୁ ମଞ୍ଚ ତଳେ ଥିବା ଦର୍ଶକ  ନିନ୍ଦା କରିବା ସହ ଆୟୋଜକଙ୍କୁ ନିନ୍ଦା କରିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଏହି କାର୍ଯ୍ୟକ୍ରମ ବେଳେ ଅତିଥିଙ୍କ ପାଇଁ ଚୌକି ବ୍ୟବସ୍ଥା ସହ ସମ୍ମାନ ପ୍ରଦାନ କରାଯାଇଥିବା ଦର୍ଶକ କହିଥିଲେ
Dharitri – Odisha’s No.1 Odia Daily

Share