ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି । ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଓଡି୧୭ପି ୯୬୨୪ ପେଟ୍ରୋଲ କାରଟି କୁଆଖିଆରୁ କଟକ ଅଭିମୁଖେ ଯାଉଥିବା ବେଳେ ଗାଡ଼ିର ସମ୍ମୁଖ ଭାଗରୁ ଧୂଆଁ ବାହାରିଥିଲା । ଏହାପରେ ହଠାତ୍ ଚାଳକ ଗାଡ଼ିଟିକୁ ରଖି ଦୂରକୁ ଦୌଡି ଚାଲିଯାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କୁଆଖିଆ ରସୁଲପୂର ଅଗ୍ନିଶମ ବାହିନୀ ଅନ୍ୟ ଏକ ସ୍ଥାନରୁ ଫେରୁଥିବା ବେଳେ ଖବର ପାଇ ଯଥା ଶୀଘ୍ର ପହଞ୍ଚି ଥିଲେ। ଯାହା ଫଳରେ ନିଆଁ ସମ୍ପୂର୍ଣ ଭାବେ ଲାଗିବା ପୂର୍ବରୁ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଗାଡ଼ିରେ ଚାଳକ ଏକା ରହିଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ ।