Posted inଫୁରସତ

ମୃତକଙ୍କ ପାଇଁ ମୁଭି ନାଇଟ୍‌ ଶୋ’

ବ୍ୟାଙ୍କକ୍‌: ଥାଇଲାଣ୍ଡରେ ଚାଇନିଜ୍‌ ସମୁଦାୟର ଲୋକଙ୍କ ପାଇଁ ରହିଥିବା ଏକ କବର ସ୍ଥାନରେ ମୃତକଙ୍କ ଲାଗି ଗୋଟିଏ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କବର ସ୍ଥାନରେ ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏକ ମୁଭି ନାଇଟ ଶୋ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଦିନ ସ୍ଥାନୀୟ ସମୟ ସା ୭ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କବର ସ୍ଥାନରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା। ଏହାବ୍ୟତୀତ ମୃତକଙ୍କ ପାଇଁ ଖାଦ୍ୟ, ପୋଷାକ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମଧ୍ୟ ରଖାଯାଇଥିଲା। ଏହି ଖୋଲା ଆକାଶ ଶୋ’ରେ କବର ସ୍ଥାନର କେବଳ ୪ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି, ପ୍ରଥମେ ସେ ଏହି କବର ସ୍ଥାନରେ ମୁଭି ନାଇଟ ଶୋ’ ଆୟୋଜନ କରିବା ନେଇ ଭୟ କରୁଥିଲେ। କିନ୍ତୁ ଇଭେଣ୍ଟ୍‌ ଶେଷ ହେବା ପରେ ସେ ନିଜର ଏହି ଅଭିଜ୍ଞତାକୁ ଅନନ୍ୟ ଓ ସକାରାତ୍ମକ ହୋଇଥିବା ଦର୍ଶାଇଛନ୍ତି। ଏହି କବର ସ୍ଥାନରେ ଥିବା ମୃତକଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଆଧୁନିକ ମନୋରଞ୍ଜନ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମୁଭି ନାଇଟ ଶୋ’ ଆୟୋଜନ କରାଯାଇଥିବା ଆୟୋଜକ କହିଛନ୍ତି।
ଥାଇଲାଣ୍ଡରେ ଥିବା ଚାଇନିଜ୍‌ ସମୁଦାୟର ବିଶ୍ୱାସ ଅନୁଯାୟୀ, ମୃତ୍ୟୁବେଳକୁ ଅଧିକାଂଶ ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହୋଇ ନ ଥାଏ। ତେଣୁ ମୃତ୍ୟୁ ପରେ ସେମାନଙ୍କର ଆତ୍ମା ଅସନ୍ତୁଷ୍ଟ ରହିଥାନ୍ତି। ମୁଭି ନାଇଟ ଶୋ’ ପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଏହି ଅସନ୍ତୁଷ୍ଟ ଆତ୍ମାମାନେ ସମ୍ମାନିତ ଅନୁଭବ କରନ୍ତି। ଫଳସ୍ବରୂପ, ଜୀବନ୍ତ ଲୋକଙ୍କ ଉପରେ ସେମାନଙ୍କର ହସ୍ତକ୍ଷେପ କମିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?