ପରୀକ୍ଷା ଫି’ କମ୍‌ କରିବାକୁ ଆନ୍ଦୋଳନ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପରୀକ୍ଷା ଫି’ କମାଇବାକୁ ଦାବି କରି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ଛାତ୍ରୀଛାତ୍ରମାନେ ମଙ୍ଗଳବାର ଆନ୍ଦୋଳନ କରିଥିଲେ । ଜିଏମୟୁ କର୍ତ୍ତୃପକ୍ଷ ଓ ପୋଲିସ ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପଯର୍‌ୟନ୍ତ ଛାତ୍ରୀଛାତ୍ରମାନେ ଗେଟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଅନେକ ଗରିବ ଛାତ୍ରୀଛାତ୍ର ଅଛନ୍ତି ଏତେ ଟଙ୍କା ଦେବାକୁ ସମର୍ଥ ନୁହନ୍ତି। ତେଣୁ ଫି’କୁ କମ୍‌ କରାଯାଉ ବୋଲି ଜିଦ ଧରିଥିଲେ। ଡେପୁଟି ରେଜିଷ୍ଟାର ଉମାଚରଣ ପତି ଓ ଅନ୍ୟମାନେ ଆସି ଆଲୋଚନା କରିଥିଲେ। ଏହି ଦାବିକୁ ବିଚାରକୁ ନିଆଯିବ । ଜେଏମୟୁ କର୍ତ୍ତୁପକ୍ଷ ଓ ଛାତ୍ରୀଛାତ୍ରମାନଙ୍କୁ ନେଇ କମିଟି ଗଠନ କରି ଆଲୋଚନା କରିବା ପରେ ସ୍ଥିର କରାଯିବ ବୋଳି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଅପରାହ୍ନ ୩ ଟାରେ ଯୁକ୍ତ ୨ର ସେମିଷ୍ଟାର ପରୀକ୍ଷା ରହିଥିଲା । ତେଣୁ ଛାତୀଛାତ୍ରମାନେ ଆସି ଗେଟ ବାହାର ପଟ ସମ୍ମୁଖରେ ଛିଡା ହୋଇ ରହିଥିଲେ। ଗେଟ ଖୋଲିବା ପରେ ଯାଇ ପରୀକ୍ଷା ଦେଇ ପାରିଥିଲେ । ଅନ୍ୟପଟେ ଡେପୁଟି ରେଜିଷ୍ଟାର ପତି କହିଛନ୍ତି ଯେ, ଗତବର୍ଷ ମଧ୍ୟ ଫି’କୁ ନେଇ ଆନ୍ଦୋଳନ ହୋଇଥିଲା। ସେ ସମୟରେ ରି ଆଡମିଶନ ଫି’ ସହ ପରୀକ୍ଷା ଫି’କୁ ଅଲଗା କରି ଦେବାକୁ ଛାତ୍ରୀଛାତ୍ରମାନେ ଦାବି କରିଥିଲେ । ଏବେ ପରୀକ୍ଷା ସମୟରେ ଉକ୍ତ ଫି’ ଦେବାକୁ କୁହାଯାଉଛି । ଦୀର୍ଘ ୫ ବର୍ଷ ହେଲା ଯାହା ଫି ରହିଥିଲା ତାହା ରହିଛି । ପ୍ରତି ପେପର ପିଛା ମାତ୍ର ୨ ଶହ ଟଙ୍କା ନିଆଯାଉଛି। ଫି’ବୃଦ୍ଧି କରାଯାଇ ନାହିଁ ା ଯାହା ଫି ’ ଅଛି କମାଇବାକୁ ଦାବି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri