ଭୁବନେଶ୍ବର,୨୪।୧୧: ରାଜଧାନୀରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ସୋମବାର ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ ଦରମା ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଙ୍ଗନଓ୍ବାଡି କର୍ମୀ ଚେତାବନୀ ଦେଇଛନ୍ତି।