କୋରାପୁଟ,୪।୩(ଅମିତାଭ ବେହେରା ): ବୁଧବାର ଅପରାହ୍ନରେ କୋରାପୁଟ ସହରର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ । ହୁତୁହୁତୁ ହୋଇ ଜଳୁଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ ।
ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଜଙ୍ଗଲ ବିଭାଗ କେବଳ ଦୁଇ ଦୁଇଟି ବନାଗ୍ନୀ ମିଟିଙ୍ଗ ସାରି ଚୁପ ରହିଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘ ତିନି ଘଣ୍ଟା ପରେ ଜଙ୍ଗଲ ବିଭାଗ ପହଞ୍ଚି ନଥିଲେ ବି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।