ଓଡ଼ିଶା ସରକାରଙ୍କ ସହ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ବୁଝାମଣା

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ବେଦାନ୍ତ ଗ୍ରୁପର ସାମାଜିକ ପ୍ରତିଷ୍ଠାନ ତଥା ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଜିଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ବା ଡିଏସଡବ୍ଲ୍ୟୁଓ ଝାରସୁଗୁଡା ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବାକୁ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛି, ଯାହାକି ଆଧୁନିକୀକରଣ ଅଙ୍ଗନୱାଡି ଭାବେ ପରିଣତ ହେବ। ଏପରିକି ଏହା ମହିଳା ଏବଂ ଶିଶୁ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିଥାଏ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲା ମାଜିଷ୍ଟ୍ରେଟ ତଥା କଲେକ୍ଟର ଅବୋଲି ନରଭାନେଙ୍କ ସମେତ ଡିଏସ୍‌ଡବ୍ଲ୍ୟୁଓ ପୁଣ୍ୟବତୀ ହେଲେନ ଜେସ୍‌ ଏବଂ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗାର୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆମେ ସେବା କରୁଥିବା ସମ୍ପ୍ରଦାୟର ସ୍ଥାୟୀ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ। ସେହିଭଳି ଜିଲାରେ ବେଦାନ୍ତର ବିକାଶମୂଳକ ଉଦ୍ୟମକୁ ପ୍ରଶଂସା କରି ଜିଲା ମାଜିଷ୍ଟ୍ରେଟ୍‌ ତଥା କଲେକ୍ଟର ଅବୋଲି ନରଭାନେ କହିଛନ୍ତି, ଝାରସୁଗୁଡାର ଅଙ୍ଗନୱାଡି କେନ୍ଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ବେଦାନ୍ତର ସମର୍ଥନକୁ ଆମେ ସ୍ବାଗତ କରୁଛୁ। ଏହି ’ନନ୍ଦଘର’ ପଦକ୍ଷେପ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବା ସହିତ ଶିକ୍ଷାର କେନ୍ଦ୍ର ସୃଷ୍ଟି କରୁଛି, ଯାହା ଶିଶୁ ଏବଂ ମହିଳାମାନଙ୍କର ସାମଗ୍ରିକ ସୁସ୍ଥତା ଏବଂ ଅଭିବୃଦ୍ଧିକୁ ସମର୍ଥନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri