ପ୍ରଥମ ଦିନରେ ସରିଲା ମାତୃଭାଷା ପରୀକ୍ଷା: ପାଟଣା ବ୍ଲକର ୧୨ ପରୀକ୍ଷା କେନ୍ଦ୍ରରେ ୫୭ ଅନୁପସ୍ଥିତ

ପାଟଣା,୨୦।୨(ବୀରକିଶୋର ଦାସ): ଶୁକ୍ରବାର ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। କେନ୍ଦୁଝର ଜିଲା ପାଟଣା ବ୍ଲକର ୧୨ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସ୍ଥିତ ଜିଏନ୍‌ ହାଇସ୍କୁଲ ସ୍ବାମ ପାଟଣା ନୋଡାଲ ପରୀକ୍ଷା ସେଣ୍ଟର ହୋଇଥିବା ବେଳେ ଏହି କେନ୍ଦ୍ର ଅଧୀନରେ ଚଳିତ ବର୍ଷ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ସେହିପରି ଘଟଗାଁ ନୋଡାଲ ପରୀକ୍ଷା ସେଣ୍ଟର ଅଧୀନ ଡୁମୁରିଆ ଏବଂ କେନ୍ଦୁଝର ନୋଡାଲ ସେଣ୍ଟର ଅଧୀନ ଖିରେଇଟାଙ୍ଗିରୀ ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ୧୮୭୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିଦା ନନ୍ଦ ସେଠୀ କହିଛନ୍ତି ।

ଘଟଗାଁ ନୋଡାଲ ସେଣ୍ଟର ଅଧୀନ ବିଏସ୍‌ ହାଇସ୍କୁଲ ଡୁମୁରିଆ ପରୀକ୍ଷା କେନ୍ଦ୍ରରେ ୨୦୨ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ରହିଥିବା ବେଳେ ଜନତା ହାଇସ୍କୁଲ ମଲ୍ଲୀପଶିରେ ୧୬୬ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ।

ସେହିପରି ସରକାରୀ ସ୍ବାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ୧୩୩ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିବା ବେଳେ ଜିଏନ୍‌ ହାଇସ୍କୁଲ ସ୍ବାମ ପାଟଣାରେ ୧୩୯ଜଣଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ। ଟାଙ୍ଗରପଡା ହାଇସ୍କୁଲରେ ୧୬୯ ଜଣଙ୍କ ମଧ୍ୟରୁ ୭ଜଣ ଅନୁପସ୍ଥିତ ରହିଥିବା ବେଳେ ପଞ୍ଚାୟତ ହାଇସ୍କୁଲ କେନ୍ଦେଇପଶିରେ ୧୬୧ ଜଣଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିଲେ।

ସେହିପରି ମୁରୁସୁଆଁ ନୋଡାଲ ହାଇସ୍କୁଲରେ ୧୪୫ଜଣଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିଥିବା ବେଳେ କେନ୍ଦୁଝର ନୋଡାଲ ସେଣ୍ଟର ଅଧୀନ ଖିରେଇଟାଙ୍ଗିରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୦ଜଣଙ୍କ ମଧ୍ୟରୁ ୧୦ଜଣ ଅନୁପସ୍ଥିତ ଥିଲେ। ତୁରୁମୁଙ୍ଗା ଡିବି ହାଇସ୍କୁଲରେ ୧୬୧ଜଣ ଉପସ୍ଥିତ ରହିଥିବା ବେଳେ ଏବିସିଡିଆର ଅଙ୍ଗିକଳା ହାଇସ୍କୁଲରେ ୧୩୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ।

ରାଜନଗର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ୧୭୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ଜଣ ଅନୁପସ୍ଥିତ ଥିବା ବେଳେ ବାଉଁଶୁଳି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୩୬ଜଣଙ୍କ ମଧ୍ୟରୁ ୧୧ଜଣ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି।

ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ଅଯଥା ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଗହଳି ନ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଅନୁରୋଧ କରିଛନ୍ତି। କପି ରୋକିବା ପାଇଁ ପାଟଣା, ତୁରୁମୁଙ୍ଗା ଓ ଘଟଗାଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri