ଦୁଇ ସନ୍ତାନଙ୍କ ସହ ମା’ ନିଖୋଜ: ସ୍ବାମୀ କହିଲେ ଲୁଚି ଲୁଚି ଗପୁଥିଲେ ଫୋନ୍‌ରେ, ପଚାରିବାରୁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ଗତ ରବିବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଥାନାର ଜଣେ ଏସ୍‌.ଆଇ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ଗାଁକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରତିବାଦରେ ଶନିବାର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି ଥାନାରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିବା ଜଣାପଡ଼ିଛି।

ସ୍ବାମୀ ଘଟଣାର ପରଦିନ ଏନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମୋକଦ୍ଦମା ରୁଜୁ ନ କରି କେବଳ ତଦନ୍ତ କରି ଫେରିଥିଲେ। ଉତ୍ତେଜିତ ଗ୍ରାମବାସୀ ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସିଙ୍କ ସହ ଆଲୋଚନା କରିବା ପରେ ଥାନା ନିଖୋଜ ମାମଲା ନଂ.୨୦/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି। ଗତ ପ୍ରାୟ ୧୩ ବର୍ଷ ପୂର୍ବେ ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଯୁବତୀ ଜଣକ ଦିଗପହଣ୍ଡି ଥାନା ଅଧୀନ ସମ୍ପୃକ୍ତ ଗାଁରେ ବିବାହ କରିଥିଲେ। ତାଙ୍କ ୧୩ ବର୍ଷର ପୁଅ ଏବଂ ୪ ବର୍ଷର ଏକ କନ୍ୟା ସନ୍ତାନ ଅଛନ୍ତି। ପରକୀୟା ପ୍ରୀତିକୁ ନେଇ ଗତ କିଛିବର୍ଷ ସ୍ବାମୀଙ୍କ ସହ କଳହ ଲାଗି ରହୁଥିଲା। କିଛି ଦିନ ପୂର୍ବେ ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ପୋଲିସ ହସ୍ତକ୍ଷେପ ପରେ ଘଟଣା ସମାଧାନ ହୋଇଥିଲା। ସ୍ତ୍ରୀ ଲୁଚା ଚୋରାରେ ଏକ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ବେଳେ ଗତ ୩ ତାରିଖରେ ଫୋନ୍‌ଟି କାହାର ବୋଲି ସ୍ବାମୀ ସ୍ତ୍ରୀଙ୍କୁ ପଚାରିଥିଲେ। ସେ ସନ୍ତୋଷଜନକ ଉତ୍ତର ନ ଦେବାରୁ ସ୍ବାମୀ ତାଙ୍କୁ ଥାପ୍ପଡ଼ ମାରିଥିଲେ। ଘଟଣାର ପରଦିନଠାରୁ ସ୍ତ୍ରୀ ଓ ପୁଅ ଝିଅ ନିଖୋଜ ହୋଇଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପରପକ୍ଷରେ କିଛି ଯଥେଷ୍ଟ କାରଣ ତାଙ୍କ ଝିଅଙ୍କୁ ଶାାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ନିଖୋଜ ମହିଳାଙ୍କ ମା’ ପୋଲିସକୁ କହିଛନ୍ତି। ଝିଅ ଓ ନାତୁଣୀ ନାତିଙ୍କ ନିଖୋଜ ଘଟଣାରେ ଜ୍ବାଇଁଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri