Posted inଫୁରସତ

ବୋହୂଙ୍କୁ ‘ପୁରୁଷ’ କହିଦେଲେ ଶାଶୁ, ତା’ପରେ ପୁଅ ଯାହା କଲେ…

ଆଗ୍ରା,୧୦।୯: ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ତାଙ୍କ ଶରୀରର ଅଙ୍ଗଗୁଡ଼ିକ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ବିବାହିତ ମହିଳା ଅଭିଯୋଗ କରିଛନ୍ତି, ତାଙ୍କ ଶାଶୁ ତାଙ୍କୁ ପ୍ରତିଦିନ ଘରୁ ଅଧିକ ଯୌତୁକ ଆଣିବାକୁ ଚାପ ପକାଉଥିଲେ। ସେ ମହିଳା ନୁହେଁ, ପୁରୁଷ ପରି ଦେଖାଯାଉଥିଲା କହୁଥିଲେ। ଏହି ପ୍ରସଙ୍ଗରେ ମୋ ସ୍ବାମୀ ମୋତେ ତିନି ତଲାକ ଦେଇଥିଲେ। ଏବେ ସେ ମୋତେ ଫେରାଇ ରଖିବା ବଦଳରେ ଏକ ସ୍କର୍ପିଓ ଗାଡ଼ି ଦାବି କରୁଛନ୍ତି।

ବିବାହିତ ମହିଳା କହିଛନ୍ତି, ମୋ ବାପା ଏତେ ଟଙ୍କା କେଉଁଠାରୁ ଆଣିବେ କହିବାରୁ, ସେମାନେ ରାଗରେ ମୋତେ ବାନ୍ଧିକି ମାଡ଼ ମାରିଥିଲେ। ମୋ ପରିବାର ସଦସ୍ୟ ଏହା ଜାଣି ମୋତେ ବାପ ଘରକୁ ନେଇଆସିଥିଲେ। ମୁଁ ପୋଲିସରେ ଅଭିଯୋଗ କରିଥିଲି, କିନ୍ତୁ ସେମାନେ ସାହାଯ୍ୟ କରି ନ ଥିଲେ। ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶରେ ତାଜଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ, ନାଗଲା ମେୱାଟିରେ ରହୁଥିବା ଯୁବତୀଙ୍କ ବିବାହ ୧୧ ନଭେମ୍ବର ୨୦୨୪ରେ ବୁଲନ୍ଦସହରର ଶିକାରପୁରର ଆଶିକ ମନସୁରୀଙ୍କ ସହ ହୋଇଥିଲା। ପୀଡିତାଙ୍କ ଅନୁଯାୟୀ, ବିବାହରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ସମୟରେ ୫୦ ଗ୍ରାମ ସୁନା ନେଇଥିଲି। ଶାଶୁ ନଜରିନ, ଶ୍ୱଶୁର ଶମିମ ଏବଂ ଅନ୍ୟମାନେ ଯୌତୁକରେ ସନ୍ତୁଷ୍ଟ ନ ଥିଲେ। ସେମାନେ ବାରମ୍ବାର ଯୌତୁକ ଦାବି କରୁଥିଲେ। ଅଧିକ ଯୌତୁକ ଆଣ ବୋଲି କହି ମୋତେ ମୋ ବାପଘରକୁ ପଠାଉଥିଲେ।

ପୀଡିତା କହିଛନ୍ତି, ଯେତେବେଳେ ଶ୍ୱଶୁର ଘର ଲୋକେ ଅନ୍ୟ କୌଣସି ବାହାନା ପାଇଲେ ନାହିଁ, ସେମାନେ ମୋ ଶରୀର ଗଠନ ନେଇ ମୋତେ ଗାଳି ଦେବା ଆରମ୍ଭ କଲେ। ଶାଶୁ କହୁଥିଲେ, ମୁଁ ପୁରୁଷ ପରି ଦେଖାଯାଉଛି। ମୋଠାରେ ମହିଳାଙ୍କ ପରି ଲକ୍ଷଣ ନାହିଁ। ଶାଶୁ ଏବଂ ଅନ୍ୟମାନେ ଏହି ଅଭାବ ପାଇଁ ଏକ ସ୍କର୍ପିଓ କାର ଏବଂ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ମନା କରିବାରୁ ସେମାନେ ମୋତେ ଘରେ ବାନ୍ଧି ମାଡ଼ ମାରିବା ସହ ଖାଇବାକୁ ଦେଉ ନ ଥିଲେ।

ପୀଡିତା କହିଛନ୍ତି, ପ୍ରଥମେ ତାଙ୍କ ସ୍ବାମୀ ଆଶିକ ତାଙ୍କ ଓକିଲଙ୍କ ମାଧ୍ୟମରେ ତାଙ୍କୁ ତିନି ତଲାକ ଦେବା ପାଇଁ ଦୁଇଟି ନୋଟିସ ପଠାଇଥିଲେ। ଏହା ପରେ, ସେ ତାଙ୍କ ସମ୍ପର୍କୀୟଙ୍କୁ ସାକ୍ଷୀ କରି ୧୦ ଫେବୃଆରୀ ୨୦୨୫ ରେ ସମସ୍ତଙ୍କ ସମ୍ମୁଖରେ ତିନିଥର ତଲାକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri