ଉଦ୍ଧାର ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ସୁକଡୋଳା ଗ୍ରାମ ନିକଟ ଜଙ୍ଗଲରୁ ଏକ ଗାତରୁ ଉଦ୍ଧାର କରିଥିବା ହାତୀ ଛୁଆକୁ ମା’ ହାତୀ ଗ୍ରହଣ କରୁ ନ ଥିବାରୁ ବନ ବିଭାଗ ଚିନ୍ତାରେ ରହିଛି। ହାତୀ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ହାତୀ ଦଳରେ ଛୁଆକୁ ମିଶାଇବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ।
ପ୍ରକାଶ ଯେ, ଗତ ୨୮ ତାରିଖରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ମାଟି ଆଳୁ ଖୋଳିଥିବା ଏକ ଗାତରୁ ଏକ ମାଈ ହାତୀ ଛୁଆକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଦଳରେ ଛାଡ଼ି ଦେଇଥିଲେ। କିନ୍ତୁ ତାଙ୍କୁ ଦଳ ଗ୍ରହଣ କରିଲା ନାହିଁ। ଗାତରେ ପଡ଼ିଥିବାବେଳେ ମା’ ହାତୀ ଗାତ ପାଖରେ ଭୋକ ଶୋଷରେ ଅପେକ୍ଷା କରୁଥିଲା। ଏହାକୁ ଦେଖି ବନ ବିଭାଗ ସନ୍ଦେହରେ ଉକ୍ତ ସ୍ଥାନକୁ ଯାଇ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଓ ପଶୁ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ଉଦ୍ଧାର କର ଛାଡ଼ି ଦେଇଥିଲେ। କିନ୍ତୁ ହାତୀ ଛୁଆକୁ ମା’ ହାତୀ କିମ୍ବା ଦଳ ଗ୍ରହଣ ନ କରିବାରୁ ହାତୀ ଛୁଆ ଉପରେ ନଜର ରଖିଥିବା ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଆସିଥିଲେ।

ତେବେ ହାତୀ ଦଳ ଯାତ୍ରା ଗ୍ରାମରୁ ୧୨ କିମି ଦୂରରେ ଥିବା ଦେଖି ବନ ବିଭାଗ ଛୁଆ ହାତୀକୁ ନେଇ ତାଙ୍କ ନିକଟରେ ଛାଡ଼ି ଦେଇଥିଲେ। ତେବେ ହାତୀ ଛୁଆ ୪ କିମି ଦଳ ପଛେ ପଛେ ଚାଲିବା ପରେ ଦଳ ଓ ମା’ ହାତୀ ଗ୍ରହଣ ନ କରିବାରୁ ଅଟକି ଯାଇଥିଲା।

ବନ ବିଭାଗ ହାତୀ ଛୁଆର ସଠିକ୍‌ ଖାଦ୍ୟପେୟ ଦେବା ସହ ଯତ୍ନ କରିଥିଲେ। ତାକୁ କ୍ଷୀର ଦିଆଯାଇଥିଲା ଏବଂ ସେ ପିଇଥିଲା। ଗତକାଲି ରାତିରେ ବନ ବିଭାଗର ବିଶେଷଜ୍ଞ ଟିମ୍‌ ହାତୀଛୁଆକୁ ବିଭିନ୍ନ ପଦ୍ଧତିରେ ପୁଣି ଦଳରେ ମିଶାଇବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ। ମଣିଷ ସଂସ୍ପର୍ଶରେ ଆସିବା କାରଣରୁ ମା’ ହାତୀ ଓ ହାତୀ ଦଳ ହାତୀଛୁଆକୁ ଗ୍ରହଣ କରୁନାହିଁ ବୋଲି ମତ ପ୍ରକାଶ ପାଉଛି। ହାତୀଛୁଆକୁ ନ ଛୁଇଁ ସ୍ବତନ୍ତ୍ର ବନ୍ୟପ୍ରାଣୀ ବୁହା ଗାଡ଼ିରେ ହାତୀଛୁଆକୁ ନେଇ ଦଳରେ ମିଶାଇବାକୁ ପ୍ରଚେଷ୍ଟା କରାଯାଇଥିଲା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ। ତେବେ ହାତୀଛୁଆଟି ଦଳରେ ମିଶାଇବା ପାଇଁ ଆଜି ଶେଷ ଉଦ୍ୟମ କରାଯିବ। ନଚେତ୍‌ ମୁଖ୍ୟପ୍ରାଣୀ ବନସଂରକ୍ଷକଙ୍କ ପରାମର୍ଶରେ ତାଙ୍କୁ ପଦ୍ମପୁର କିମ୍ବା ଚନ୍ଦକାକୁ ପଠାଇ ଦିଆଯିବ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ

ଭୁବନେଶ୍ୱର,୧୬।୩: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ। ସେ ଭୋଟ ଦେଇ ଚୁପ୍‌ଚାପ୍‌ ଚାଲି ଯାଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚାଲଯାଇଥିଲେ।…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri