ganjam : ପ୍ରସବ ବେଳେ ଆଖିବୁଜିଲା ମାଈହାତୀ

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଭୀମନଗର ଗାଁ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ପ୍ରସବ ବେଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଏବଂ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ସୀମାନ୍ତ ଦିଗପହଣ୍ଡି ଓ ପୋଡ଼ାମାରି ରେଞ୍ଜ ସଂଲଗ୍ନ ପାଟପୁର ଫରେଷ୍ଟ ବିଟ ଅଧୀନ ରତନେଇ ଜଙ୍ଗଲରେ ଏହି ଘଟଣା ଘଟିଛି।

ଖବର ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋକ୍କର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍‌. ଆନନ୍ଦ, ଏସିଏଫ ସସ୍ମିତା ବିଶାଳ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ପାଟପୁର ଫରେଷ୍ଟର ପ୍ରମୋଦ କୁମାର ନାୟକ, ଇ. ଗଣେଶ, ସନ୍ତୋଷ କୁମାର ବିଷୋୟୀରତ୍ନ, ପ୍ରାଣୀ ଚିକିତ୍ସକ ପ୍ରବୀଣ କୁମାର ସାହୁଙ୍କ ସମେତ ବନବିଭାଗର ସାଇଣ୍ଟଫିକ ଟିମ୍‌ ବିଦ୍ୟୁତ ବିଭାଗୀୟ ଅଧିକାରୀ ଇଂ.ଗୋପାଳ ଚନ୍ଦ୍ର ପଣ୍ଡା, ଇଂ.ଦୀପକ କୁମାର ବଳିୟାର ସିଂ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ମାଈ ହାତୀଟି ପ୍ରସବ ଜନିତ ବେଦନା ସହ୍ୟ କରି ନ ପାରି ନିକଟସ୍ଥ ପାହାଡ଼ ତଳକୁ ଖସି ପଡି ମୃତ୍ୟୁବରଣ କରିଥିବା ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ୨ ଦିନ ହେଲା ହାତୀଟି ମରି ପଡିଥିବା ବେଳେ ମୃତଦେହ ପଚି ଦୁର୍ଗନ୍ଧ ବାହାରୁଛି।

ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ଫରେଷ୍ଟ ବିଟ ଅଧୀନରେ ଥିବା ରତନେଇ ଜଙ୍ଗଲ ଓ ପାହାଡ଼ରେ ୬ ଟିକିଆ ହାତୀପଲ ବହୁ ଦିନରୁ ରହିଆସୁଥିବା ବେଳେ ଗତ ୨୨ରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୨ ତାରିଖରେ ଖାଦ୍ୟ ଅନ୍ବେଷଣରେ ଚାଲି ଆସି ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ସେକ୍ସନ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡ଼ା ଗାଁ ନିକଟ ଜଣେ ବ୍ୟକ୍ତିଙ୍କ ଆଖୁବାଡିରେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ତାରରେ ଲାଗି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା।

ଢେପାଗୁଡ଼ା ଗ୍ରାମର ଟୁନା ମଲ୍ଲିକ ତାଙ୍କ ଜମିରେ ଆଖୁ ଚାଷ କରିଛନ୍ତି। ବାର୍‌ହା ପଲ ଚାଷ ନଷ୍ଟ କରୁଥିବାରୁ ସେ ଜମି ଚାରିପଟେ ବିଦ୍ୟୁତ୍‌ ତାର ସଂଯୋଗ କରିଥିଲେ। ହାତୀଟି ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ବନବିଭାଗ ବିଦ୍ୟୁତ୍‌ ତାର୍‌ ଜବତ କରିଥିଲା। ପରେ ବନବିଭାଗ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏବେ ପୁଣି ଆଉ ଏକ ମାଈ ହାତୀ ମୃତ୍ୟୁକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ହାତୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବ। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ। ହାତୀର ବୟସ ୨୨ବର୍ଷ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri