ବିଧାନସଭା ଆଗରେ ମା’ ଝିଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଶୁକ୍ରବାର ମଧ୍ୟାହ୍ନରେ ମା’ ଓ ଝିଅ ଆତ୍ମାହୁତି ଉଦ୍ୟମ କରିଛନ୍ତି। କଂଗ୍ରେସ ଭବନ ନିକଟରେ ଉକ୍ତ ମା’-ଝିଅ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିବାବେଳେ କ୍ୟାପିଟାଲ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ବାଲେଶ୍ୱର ଜିଲା ସିଂଲା ଥାନା ରାଜପୁର ଗଁାର ମିଲନବାଳା ବେହେରା ଓ ତାଙ୍କ ଝିଅ ଶୁଭସ୍ମିତା ଦେ। ଯୌତୁକ ନିର୍ଯାତନା ମାମଲାରେ ପୋଲିସଠାରୁ ନ୍ୟାୟ ନ ମିଳିବାରୁ ଏମିତି ପଦକ୍ଷେପ ନେଇଥିବା ଦୁହେଁ ଗଣମାଧ୍ୟମ ଆଗରେ କହିଛନ୍ତି। ମା, ଝିଅଙ୍କୁ ବୁଝାଶୁଝା କରି ଛାଡ଼ିଦିଆଯାଇଥିବା କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୨ରେ ଶୁଭସ୍ମିତା ସିଂଲା ଥାନା ନାବରା ଗ୍ରାମର ହରିପଦ ଦେଙ୍କୁ ବିବାହ କରିଥିଲେ। କିଛି ମାସ ପରେ ଶ୍ୱଶୁରଘର ଲୋକେ ଯୌତୁକ ଦାବି କରି ନିର୍ଯାତନା ଦେବା ଆରମ୍ଭ କଲେ। ଏନେଇ ଶୁଭସ୍ମିତା ବାଲେଶ୍ୱର ଜିଲା ପରିବାର ଅଦାଲତରେ ଏତଲା ଦେଇଥିଲେ। କୋର୍ଟ ଶୁଭସ୍ମିତା ଓ ତାଙ୍କ ୮ ବର୍ଷର ପୁଅକୁ ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶୁଭସ୍ମିତାଙ୍କୁ କୌଣସି ଭରଣପୋଷଣ ମିଳି ନ ଥିଲା। ତେଣୁ ଶୁଭସ୍ମିତା ତାଙ୍କ ମା ଓ ପୁଅକୁ ଧରି ଶ୍ୱଶୁର ଘର ସାମ୍ନାରେ ୫୦ଦିନ ଧାରଣା ଦେଇଥିଲେ। ଏ ନେଇ ଗତ ମାର୍ଚ୍ଚରେ ଶୁଭସ୍ମିତାଙ୍କ ବାପା ଗୟାପ୍ରସାଦଙ୍କୁ ଆକ୍ରମଣ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଶୁଭସ୍ମିତାଙ୍କ ସ୍ବାମୀ ଏବଂ ନଣନ୍ଦଙ୍କୁ ଗିରଫ କରିଥିଲା। କିନ୍ତୁ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଗତ ସୋମବାର ସେମାନେ ଶୁଭସ୍ମିତାଙ୍କ ଘରକୁ ଆସି ମାରିଦେବାକୁ ଧମକ ଦେଇଥିଲେ ବୋଲି ତାଙ୍କ ମା’ କହିଛନ୍ତି। ପରିବାର ଲୋକେ ନ୍ୟାୟ ପାଇଁ ଜିଲାପାଳ, ଏସ୍‌ପି ଏବଂ ଡିଆଇଜିଙ୍କ ଅଫିସ ଧାଇଁ ଥକିଗଲେଣି ବୋଲି ଉଭୟେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri