ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମା’-ଝିଅଙ୍କୁ ବଳାତ୍କାର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୪।୧୧: ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶୋଇଥିବାବେଳେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭରତପୁର ପୋଲିସ। ଅଭିଯୁକ୍ତ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ମାଡ଼ବସିଥିଲା। ଗିରଫ ଅଭିଯୁକ୍ତ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର।
ସୂଚନାଯୋଗ୍ୟ, ବସ ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା’-ଝିଅ। ଦୁହେଁ ବସ୍‌କୁ ଅପେକ୍ଷା କରିଥିବାବେଳେ ଆଖିଲାଖି ଯାଇଥିଲା। ଏହାର ସୁଯୋଗ ନେଇ ଉଭୟଙ୍କୁ ଅଭିଯୁକ୍ତ ବଳାତ୍କାର ଉଦ୍ୟମ କରିଥିଲେ।

 

Dharitri – Odisha’s No.1 Odia Daily

 

Share