ମା’ଙ୍କୁ ତଣ୍ଟିକାଟି ହତ୍ୟା, ଖଣ୍ଡା ଚୋଟରେ ଝିଅ ପଳାଇଲା କୋମାରେ: ବାହାର ରାଜ୍ୟରେ ବୁଲୁଛନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗର ଦ୍ୱିତୀୟ ଲାଇନ୍‌ରେ ଭଡ଼ା ଘରେ ରହୁଥିବା ଗାୟତ୍ରୀ ସ୍ବାଇଁ(୩୦)ଙ୍କୁ ରବିବାର ରାତିରେ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କର ଏକମାତ୍ର ଝିଅ ନିଲମ(୧୦)ଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ନିଲମ ଭୁବନେଶ୍ୱର ଏମ୍‌ସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ଏବେ କୋମାରେ ଅଛନ୍ତି। ସେପଟେ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସୁରାକ ପାଇଛି। ସେ ବାହାର ରାଜ୍ୟକୁ ଚାଲିଯାଇଥିବା ଟ୍ରାକିଂରୁ ଜଣାପଡିଛି। ତାଙ୍କୁ ଧରିବା ପାଇଁ ୨ଟି ଟିମ ଗଠନ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବେ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ଘଟଣା ଘଟାଇବା ପରେ ଅଭିଯୁକ୍ତ ଜଣକ ଧରାପଡିଯିବା ଭୟରେ ଗାୟତ୍ରୀଙ୍କ ମୋବାଇଲ ଫୋନ୍‌ ଲୁଟି ନେଇଥିବା ଜଣାପଡିଛି। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଛାନଭିନ କରୁଥିବା ବେଳେ ଉକ୍ତ ଘରକୁ ସିଲ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଯାହାକୁ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଛି ସେ ବ୍ୟବହାର କରୁଥିବା ମୋବାଇଲ ମୃତ ମହିଳାଙ୍କ ନାମରେ ରହିଛି। ସେହିପରି ସେ ଯେଉଁଠାରେ ରହୁଥିଲେ ଅନ୍ୟତ୍ର ଚାକରି ହୋଇଗଲା ବୋଲି କହି ଦିନକ ପୂର୍ବରୁ ଉକ୍ତ ଘର ଛାଡ଼ି ଦେଇଥିଲେ।

ଏପରିକି ଲୋଚପଡ଼ାରେ କରିଥିବା ଦୋକାନଟି ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। ଅଭିଯୁକ୍ତ ରବିବାର ରାତିରେ ଗାୟତ୍ରୀଙ୍କୁ ଫୋନ କରି ତାଙ୍କ ଘରକୁ ଆସିଥିବା ଜଣାପଡିଛି। ଗାୟତ୍ରୀ ରବିବାର ରାତି ସାଢ଼େ ୯ ଟାରେ ଶେଷଥର ପାଇଁ ତାଙ୍କ ସ୍ବାମୀଙ୍କ ସହ କଥା ହୋଇଥିଲେ। ପରେ ତାଙ୍କର ମୋବାଇଲ ଫୋନ୍‌ ସୁଇଚ ଅଫ ରହିଥିଲା। ଗାୟତ୍ରୀଙ୍କୁ ଅଭିଯୁକ୍ତ ରୋଷେଇ ଘରେ ହତ୍ୟା କରିଥିବା ବେଳେ ବେଡ଼ରୁମରେ ଶୋଇଥିବା ଥିବା ନିଲମଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଅଭିଯୁକ୍ତ ବାଥରୁମ ଯାଇ ନିଜ ଦେହରେ ଲାଗିଥିବା ରକ୍ତ ସଫା କରିଥିଲେ। ରାତି ୧୨ ଟାରେ ସେ ଘରର ବାହାରପଟୁ ତାଲା ପକାଇ ବାହାରକୁ ବାହାରିଥିବା ଦୃଶ୍ୟ ଉକ୍ତ ସାହିରେ ଖଞ୍ଜାଯାଇଥିବା କ୍ୟାମେରାରୁ ପୋଲିସ ଦେଖିବାକୁ ପାଇଛି। ଅଭିଯୁକ୍ତ କୌଣସି ସୁରାକ୍‌ ଛାଡି ନ ଥିବାରୁ ତାଙ୍କୁ ଧରିବା ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇପଡିଛି। ଗଠିତ ପୋଲିସ ଟିମ ତାଙ୍କୁ ଧରିବା ପାଇଁ ନୂଆ ରଣକୌଶଳ ଆପଣେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri