ମା’ଙ୍କୁ ତଣ୍ଟିକାଟି ହତ୍ୟା, ଖଣ୍ଡା ଚୋଟରେ ଝିଅ ପଳାଇଲା କୋମାରେ: ବାହାର ରାଜ୍ୟରେ ବୁଲୁଛନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗର ଦ୍ୱିତୀୟ ଲାଇନ୍‌ରେ ଭଡ଼ା ଘରେ ରହୁଥିବା ଗାୟତ୍ରୀ ସ୍ବାଇଁ(୩୦)ଙ୍କୁ ରବିବାର ରାତିରେ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କର ଏକମାତ୍ର ଝିଅ ନିଲମ(୧୦)ଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ନିଲମ ଭୁବନେଶ୍ୱର ଏମ୍‌ସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ଏବେ କୋମାରେ ଅଛନ୍ତି। ସେପଟେ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସୁରାକ ପାଇଛି। ସେ ବାହାର ରାଜ୍ୟକୁ ଚାଲିଯାଇଥିବା ଟ୍ରାକିଂରୁ ଜଣାପଡିଛି। ତାଙ୍କୁ ଧରିବା ପାଇଁ ୨ଟି ଟିମ ଗଠନ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବେ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ଘଟଣା ଘଟାଇବା ପରେ ଅଭିଯୁକ୍ତ ଜଣକ ଧରାପଡିଯିବା ଭୟରେ ଗାୟତ୍ରୀଙ୍କ ମୋବାଇଲ ଫୋନ୍‌ ଲୁଟି ନେଇଥିବା ଜଣାପଡିଛି। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଛାନଭିନ କରୁଥିବା ବେଳେ ଉକ୍ତ ଘରକୁ ସିଲ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଯାହାକୁ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଛି ସେ ବ୍ୟବହାର କରୁଥିବା ମୋବାଇଲ ମୃତ ମହିଳାଙ୍କ ନାମରେ ରହିଛି। ସେହିପରି ସେ ଯେଉଁଠାରେ ରହୁଥିଲେ ଅନ୍ୟତ୍ର ଚାକରି ହୋଇଗଲା ବୋଲି କହି ଦିନକ ପୂର୍ବରୁ ଉକ୍ତ ଘର ଛାଡ଼ି ଦେଇଥିଲେ।

ଏପରିକି ଲୋଚପଡ଼ାରେ କରିଥିବା ଦୋକାନଟି ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। ଅଭିଯୁକ୍ତ ରବିବାର ରାତିରେ ଗାୟତ୍ରୀଙ୍କୁ ଫୋନ କରି ତାଙ୍କ ଘରକୁ ଆସିଥିବା ଜଣାପଡିଛି। ଗାୟତ୍ରୀ ରବିବାର ରାତି ସାଢ଼େ ୯ ଟାରେ ଶେଷଥର ପାଇଁ ତାଙ୍କ ସ୍ବାମୀଙ୍କ ସହ କଥା ହୋଇଥିଲେ। ପରେ ତାଙ୍କର ମୋବାଇଲ ଫୋନ୍‌ ସୁଇଚ ଅଫ ରହିଥିଲା। ଗାୟତ୍ରୀଙ୍କୁ ଅଭିଯୁକ୍ତ ରୋଷେଇ ଘରେ ହତ୍ୟା କରିଥିବା ବେଳେ ବେଡ଼ରୁମରେ ଶୋଇଥିବା ଥିବା ନିଲମଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଅଭିଯୁକ୍ତ ବାଥରୁମ ଯାଇ ନିଜ ଦେହରେ ଲାଗିଥିବା ରକ୍ତ ସଫା କରିଥିଲେ। ରାତି ୧୨ ଟାରେ ସେ ଘରର ବାହାରପଟୁ ତାଲା ପକାଇ ବାହାରକୁ ବାହାରିଥିବା ଦୃଶ୍ୟ ଉକ୍ତ ସାହିରେ ଖଞ୍ଜାଯାଇଥିବା କ୍ୟାମେରାରୁ ପୋଲିସ ଦେଖିବାକୁ ପାଇଛି। ଅଭିଯୁକ୍ତ କୌଣସି ସୁରାକ୍‌ ଛାଡି ନ ଥିବାରୁ ତାଙ୍କୁ ଧରିବା ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇପଡିଛି। ଗଠିତ ପୋଲିସ ଟିମ ତାଙ୍କୁ ଧରିବା ପାଇଁ ନୂଆ ରଣକୌଶଳ ଆପଣେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri