Posted inଜାତୀୟ

ବୟଫ୍ରେଣ୍ଡ ସହ ମା’ ଫେରାର: କାନ୍ଦି କାନ୍ଦି ଝିଅ ଆଖିରୁ ଶୁଖୁନି ଲୁହ

ଆଲିଗଡ,୧୦।୪:ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ ସେ ଏପରି କାମ କରିଛନ୍ତି। ଏହି ଘଟଣା ପରେ ପ୍ରେମିକଙ୍କୁ ଝୁରି ଝୁରି ଲୁହ ଗଡାଉଛନ୍ତି ପ୍ରେମିକ।
ଉତ୍ତର ପ୍ରଦେଶର ଆଲିଗଡ଼ ମାନ୍ଦ୍ରାକ ଅଞ୍ଚଳର ମନୋହରପୁର ଗାଁର ଜଣେ ବାସିନ୍ଦା ଜିତେନ୍ଦ୍ର କୁମାର ତାଙ୍କ ଝିଅ ଶିବାନୀର ବିବାହ ଥାନା ଛରା ଅଞ୍ଚଳର ଏକ ଗାଁର ଯୁବକ ରାହୁଲଙ୍କ ସହିତ ସ୍ଥିର କରିଥିଲେ। ବିବାହ ଏପ୍ରିଲ ୧୬ରେ ହେବାର ଥିଲା। ପରିବାରର ସମସ୍ତ ସଦସ୍ୟ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ବିବାହର ୯ ଦିନ ପୂର୍ବରୁ, ଶିବାନୀଙ୍କ ନିଜ ମା’ ତାଙ୍କୁ ଏପରି ଏକ ଝଟକା ଦେଇଥିଲେ ଯାହା ସେ ସାରା ଜୀବନ ମନେ ରଖିବେ। ରାହୁଲଙ୍କୁ ଧରି ତାଙ୍କ ମା’ ଫେରାର ହୋଇଯାଇଛନ୍ତି।

ସବୁଠାରୁ ବଡ଼ ଆଘାତ ଶିବାନୀ ଏବଂ ତାଙ୍କ ବାପାଙ୍କୁ ଲାଗିଥିଲା। ଏବେ ପୋଲିସ ଠାରୁ ନ୍ୟାୟ ମାଗୁଛନ୍ତି। ଶିବାନୀ କାନ୍ଦି କାନ୍ଦି କହିଛନ୍ତି, ଗତ ୩ ମାସ ଧରି ରାହୁଲ ଏବଂ ମୋ ମା’ ଫୋନ୍‌ରେ ଲଗାତାର କଥା ହେଉଥିଲେ। ୨୨ ଘଣ୍ଟା ଉଭୟ ଫୋନରେ ଗପୁଥିଲେ। ଆମେ ତାଙ୍କୁ କେବେ ସନ୍ଦେହ କରି ନ ଥିଲୁ। ଏବେ ଦୁହେଁ ପଳାଇ ଯାଇଛନ୍ତି, ମୁଁ ମୋ ମା’ଙ୍କୁ ସବୁଠାରୁ ଅଧିକ ଘୃଣା କରିବା ଆରମ୍ଭ କରିଛି। ସେ ମୋ ଘର ଉଜାଡି ଦେଲେ। ସେ ମୋ ବାପାଙ୍କୁ ମଧ୍ୟ ଠକିଦେଲେ।

ଆମ ଘରେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଥିଲା। ମୋ ମା’ ସବୁକିଛି ନେଇ ପଳାଇ ଯାଇଛନ୍ତି। ଘରେ ଆଉ ୧୦ ଟଙ୍କା ବି ନାହିଁ। ବିବାହ ପୂର୍ବରୁ ପଠାଯାଇଥିବା ହଳଦିଆ ଚିଠିରେ ଆମେ ଫୋନ-ପେ ମାଧ୍ୟମରେ ରାହୁଲଙ୍କ ପରିବାରକୁ ୫୦,୦୦୦ ଟଙ୍କା ମଧ୍ୟ ପଠାଇଥିଲୁ। ଆମକୁ ଏବେ ଆମର ଟଙ୍କା ଫେରସ୍ତ ମିଳିବା ଉଚିତ। ୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଫେରାଇବାକୁ ପଡିବ। ମା’ଙ୍କ ସହିତ ଆମର ଆଉ କୌଣସି ସମ୍ପର୍କ ନାହିଁ। ସେ ମୋ ପାଇଁ ମରିଯାଇଛନ୍ତି ବୋଲି ଶିବାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଯୁଦ୍ଧ ଭିତରେ ଭାରତ ବଢାଇଲା ସାହାଯ୍ୟର ହାତ, ଏହି ଦେଶକୁ ଦେଲା ୩୮ହଜାର ମେଟ୍ରିକ ଟନର ପେଟ୍ରୋଲ

ନୂଆଦିଲ୍ଲୀ,୨୯।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଫଳସୱରୂପ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ମଧ୍ୟରେ, ଭାରତ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

‘ନୋ କିଙ୍ଗସ୍‌’ ଆନ୍ଦୋଳନରେ ଦୋହଲି ଗଲାଣି ଆମେରିକା, ଗାଦିଚ୍ୟୁତ ହେବେ ଟ୍ରମ୍ପ!

ଓ୍ବାଶିଂଟନ,୨୯।୩: ଆମେରିକା ବର୍ତ୍ତମାନ ଦୁଇଟି ପ୍ରମୁଖ ମୋର୍ଚ୍ଚା ସହିତ ସଂଘର୍ଷ କରୁଛି। ଗୋଟିଏ ପଟେ, ପଶ୍ଚିମ ଏସିଆରେ ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷରେ ହଜାର ହଜାର ଲୋକଙ୍କ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri