ଜଳେଶ୍ୱର,୧୧।୧୦( ନବୀନ ସାହୁ): ବାଣ ବିସ୍ଫୋରଣରେ ମା’ ପୁଅ ଗୁରୁତର। ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶାଳୀକୋଠା ଗ୍ରାମର ସୁନିତା ଦତ୍ତଙ୍କୁ ସେହି ଗ୍ରାମର ଜନୈକ ବ୍ୟବସାୟ ବାଣ ତିଆରି କରିବା ପାଇଁ କଞ୍ଚା ବିସ୍ଫୋରକ ଦେଇଥିଲେ। ସୁନିତା ବାଣ ତିଆରି କରୁଥିବା ବେଳେ ତାଙ୍କର ୧୦ ବର୍ଷର ପୁଅ ଅନୁରାଗ ଅସାଧାନତା ହେତୁ ମଶା ଧୂପ ଜଳାଇ ଦେଇଥିଲେ। ଧୂପ ନିଆଁ ବାଣରେ ପଡିବାରୁ ବିସ୍ଫୋରଣ ହୋଇଥିଲା। ଫଳରେ ଘରେ ଥିବା ମା ଓ ପୁଅ ଅନୁରାଗ ଦତ୍ତ ଗୁରୁତର ହୋଇଥିଲେ। ଗୁରତର ପରେ ଗ୍ରାମବାସୀ ମା’ପୁଅଙ୍କୁ ପ୍ରଥମେ ଜଳେଶ୍ୱର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନର କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି।