ପାଠ ପଢ଼ାଇବାବେଳେ ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ

ଚଣ୍ଡିଖୋଲ/ଛତିଆ,୧୫ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟସ୍ଥ ଗୋପପୁର ଛକରେ ଘରଭଡ଼ା ନେଇ ରହୁଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ପାଠ ନ ପଢ଼ିବାରୁ ତାଙ୍କ ୪ ବର୍ଷର ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ ଦେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟରେ ତାଙ୍କ ବଡ଼ବାପାଙ୍କ ପୁଅ କମଳାକାନ୍ତ ମହାପାତ୍ର ସହଯୋଗ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ପିଲାଟିକୁ ପାଠ ପଢ଼ାଇବାବେଳେ କମଳାକାନ୍ତ ଓ ରଶ୍ମି ମାଡ଼ ମାରିବା ସହ ଶରୀରରେ ଅନେକ ଥର ସିଗାରେଟ ଚେଙ୍କ ଦେଇଥିଲେ, ଯାହା ପିଲାଟି ଶରୀରରେ ସୃଷ୍ଟି ହୋଇଥିବା ଫୋଟକାରୁ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ଶିଶୁଟି ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦି ଥିଲେ। ସ୍ଥାନୀୟ ପଡ଼ୋଶୀ ପହଞ୍ଚତ୍ ଶିଶୁପୁତ୍ରକୁ ଉଦ୍ଧାର କରି ଛତିଆ ଫାଣ୍ଡି ଅଧିକାରୀ ନାରାୟଣ ବେହେରାଙ୍କୁ ଜଣାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଶିଶୁପୁତ୍ରକୁ ଫାଣ୍ଡିକୁ ନେଇଥିଲା। ଏହାପରେ ଫାଣ୍ଡି ଅଧିକାରୀ ସ୍ଥାନୀୟ ନେଳିଆ ସରପଞ୍ଚ ଜୟନ୍ତୀ ସ୍ବାଇଁ ଓ ଛତିଆ ସରପଞ୍ଚ ରମେଶ ପୃଷ୍ଟିଙ୍କୁ ଡାକି ଏକଥା ଜଣାଇଥିଲେ। ଯେହେତୁ ଏମାନଙ୍କ ଘର କାଇମାଟିଆ ପଞ୍ଚାୟତରେ ସେଥିପାଇଁ ସମ୍ପୃକ୍ତ ୨ ସରପଞ୍ଚ କାଇମାଟିଆ ସରପଞ୍ଚଙ୍କ ସ୍ବାମୀ ଅଶୋକ ନାୟକଙ୍କୁ ଡାକି ଶିଶୁପୁତ୍ରକୁ ଜିମା ଦେଇଥିଲେ। ଶିଶୁପୁତ୍ରକୁ ଅଶୋକ ସୋମବାର ନେଇ ରଖିବା ପରେ ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଜଣାଇଥିଲେ।
ଶିଶୁ ସୁରକ୍ଷା ବିଭାଗର ମିହିର କୁମାର ଜେନା, ଅର୍ଚ୍ଚନା ସାମଲ ଓ ଶିଶିର ମଲ୍ଲିକ ଛତିଆଠାରେ ପହଞ୍ଚତ୍ କାଇମାଟିଆ ସରପଞ୍ଚଙ୍କ ସହିତ ଆଲୋଚନା କରିବା ପରେ ଚେଙ୍କ ଦେଇଥିବା ତାଙ୍କ ମା’ ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ରଶ୍ମିଙ୍କ କହିବା ଅନୁଯାୟୀ, ସେ ୨୦୧୮ରେ ଜଗତ୍‌ସିଂହପୁର ଜିଲା ତାରପୁର ଅଞ୍ଚଳର ଜିତେନ୍ଦ୍ର ବେଗ୍‌ଙ୍କୁ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁ ସେ ତାଙ୍କୁ ଛାଡ଼ି ୨୦୨୦ରେ ପଳାଇ ଆସିଥିଲେ। ଏହାପରେ କଟକ ଜଗତପୁରଠାରେ ରହୁଥିଲେ। ଗତ ବର୍ଷେ ହେଲା ଛତିଆ ନିକଟସ୍ଥ ଗୋପପୁରଠାରେ ଘରଭଡ଼ା ନେଇ ରହୁଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନ ଜଣାଇବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କର କହିଛନ୍ତି, ଶିଶୁପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଯାଜପୁରସ୍ଥିତ ବାଳାଶ୍ରମ ସୁଧାର ଗୃହରେ ରଖାଯିବ। ଯାଜପୁର ଜିଲାପାଳଙ୍କୁ ଜଣାଇବା ପରେ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri