ପାଠ ପଢ଼ାଇବାବେଳେ ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ

ଚଣ୍ଡିଖୋଲ/ଛତିଆ,୧୫ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟସ୍ଥ ଗୋପପୁର ଛକରେ ଘରଭଡ଼ା ନେଇ ରହୁଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ପାଠ ନ ପଢ଼ିବାରୁ ତାଙ୍କ ୪ ବର୍ଷର ଶିଶୁପୁତ୍ରକୁ ସିଗାରେଟ୍‌ ଚେଙ୍କ ଦେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟରେ ତାଙ୍କ ବଡ଼ବାପାଙ୍କ ପୁଅ କମଳାକାନ୍ତ ମହାପାତ୍ର ସହଯୋଗ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ପିଲାଟିକୁ ପାଠ ପଢ଼ାଇବାବେଳେ କମଳାକାନ୍ତ ଓ ରଶ୍ମି ମାଡ଼ ମାରିବା ସହ ଶରୀରରେ ଅନେକ ଥର ସିଗାରେଟ ଚେଙ୍କ ଦେଇଥିଲେ, ଯାହା ପିଲାଟି ଶରୀରରେ ସୃଷ୍ଟି ହୋଇଥିବା ଫୋଟକାରୁ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ଶିଶୁଟି ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦି ଥିଲେ। ସ୍ଥାନୀୟ ପଡ଼ୋଶୀ ପହଞ୍ଚତ୍ ଶିଶୁପୁତ୍ରକୁ ଉଦ୍ଧାର କରି ଛତିଆ ଫାଣ୍ଡି ଅଧିକାରୀ ନାରାୟଣ ବେହେରାଙ୍କୁ ଜଣାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଶିଶୁପୁତ୍ରକୁ ଫାଣ୍ଡିକୁ ନେଇଥିଲା। ଏହାପରେ ଫାଣ୍ଡି ଅଧିକାରୀ ସ୍ଥାନୀୟ ନେଳିଆ ସରପଞ୍ଚ ଜୟନ୍ତୀ ସ୍ବାଇଁ ଓ ଛତିଆ ସରପଞ୍ଚ ରମେଶ ପୃଷ୍ଟିଙ୍କୁ ଡାକି ଏକଥା ଜଣାଇଥିଲେ। ଯେହେତୁ ଏମାନଙ୍କ ଘର କାଇମାଟିଆ ପଞ୍ଚାୟତରେ ସେଥିପାଇଁ ସମ୍ପୃକ୍ତ ୨ ସରପଞ୍ଚ କାଇମାଟିଆ ସରପଞ୍ଚଙ୍କ ସ୍ବାମୀ ଅଶୋକ ନାୟକଙ୍କୁ ଡାକି ଶିଶୁପୁତ୍ରକୁ ଜିମା ଦେଇଥିଲେ। ଶିଶୁପୁତ୍ରକୁ ଅଶୋକ ସୋମବାର ନେଇ ରଖିବା ପରେ ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଜଣାଇଥିଲେ।
ଶିଶୁ ସୁରକ୍ଷା ବିଭାଗର ମିହିର କୁମାର ଜେନା, ଅର୍ଚ୍ଚନା ସାମଲ ଓ ଶିଶିର ମଲ୍ଲିକ ଛତିଆଠାରେ ପହଞ୍ଚତ୍ କାଇମାଟିଆ ସରପଞ୍ଚଙ୍କ ସହିତ ଆଲୋଚନା କରିବା ପରେ ଚେଙ୍କ ଦେଇଥିବା ତାଙ୍କ ମା’ ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ରଶ୍ମିଙ୍କ କହିବା ଅନୁଯାୟୀ, ସେ ୨୦୧୮ରେ ଜଗତ୍‌ସିଂହପୁର ଜିଲା ତାରପୁର ଅଞ୍ଚଳର ଜିତେନ୍ଦ୍ର ବେଗ୍‌ଙ୍କୁ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁ ସେ ତାଙ୍କୁ ଛାଡ଼ି ୨୦୨୦ରେ ପଳାଇ ଆସିଥିଲେ। ଏହାପରେ କଟକ ଜଗତପୁରଠାରେ ରହୁଥିଲେ। ଗତ ବର୍ଷେ ହେଲା ଛତିଆ ନିକଟସ୍ଥ ଗୋପପୁରଠାରେ ଘରଭଡ଼ା ନେଇ ରହୁଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନ ଜଣାଇବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କର କହିଛନ୍ତି, ଶିଶୁପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଯାଜପୁରସ୍ଥିତ ବାଳାଶ୍ରମ ସୁଧାର ଗୃହରେ ରଖାଯିବ। ଯାଜପୁର ଜିଲାପାଳଙ୍କୁ ଜଣାଇବା ପରେ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri