ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏପରିକି ତାଙ୍କ ସହ ଅନ୍ୟ ୧୭ଜଣ ଟପ୍‌ ମାଓବାଦୀ ନେତା ଆତ୍ମସମର୍ପଣ କରିଥିବା ଜଣାପଡିଛି।

ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏପରିକି ୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ବଡ଼ ସମ୍ପୃକ୍ତି ରହିଥିଲା।

ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ। ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ଉର୍ମିଲା ନିହତ ହୋଇଥିଲେ। ଏପରିକି ମାଓବାଦୀ ନେତା ପାପା ରାଓ CRPF କ୍ୟାମ୍ପକୁ ଟାଗେର୍ଟ କରୁଥିଲେ।

Share