ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ କରିଥିବା ଜଣାପଡିଛି। ତେବେ ତାଙ୍କୁ  ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। କନ୍ଧମାଳରେ ବେଶ ସକ୍ରିୟ ଥିଲେ ସେ। ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲେ। ଶୁକ୍ରୁଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ବାନ ଦେଇଥିଲେ  ଓଡ଼ିଶା ପୋଲିସ।

ଅନ୍ୟପକ୍ଷେ, ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଡେଡ୍‌ଲାଇନ୍‌ ଧାର୍ଯ୍ୟ ହୋଇଛି।

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏପରିକି ତାଙ୍କ ସହ ଅନ୍ୟ ୧୭ଜଣ ଟପ୍‌ ମାଓବାଦୀ ନେତା ଆତ୍ମସମର୍ପଣ କରିଥିବା ଜଣାପଡିଛି।

ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏପରିକି ୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ବଡ଼ ସମ୍ପୃକ୍ତି ରହିଥିଲା।

ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ। ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ଉର୍ମିଲା ନିହତ ହୋଇଥିଲେ। ଏପରିକି ମାଓବାଦୀ ନେତା ପାପା ରାଓ CRPF କ୍ୟାମ୍ପକୁ ଟାଗେର୍ଟ କରୁଥିଲେ।

Dharitri – Odisha’s No.1 Odia Daily

Share