Posted inଜାତୀୟ

ଶିକ୍ଷକଙ୍କ ସହ ପ୍ରାତଃ ଭ୍ରମଣ ରୋକିବ ଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା ଏବଂ ଛାତ୍ରୀଛାତ୍ରଙ୍କ ମାନସିକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ଗୁଆହାଟୀ ଏକ ଯୋଜନା ପ୍ରସ୍ତୁତ କରିଛି। ଉକ୍ତ ଯୋଜନା ଅନୁଯାୟୀ, ନୂତନ ଭାବେ ନାମ ଲେଖାଇଥିବା ଶିକ୍ଷାର୍ଥୀମାନଙ୍କ ପାଇଁ କ୍ୟାମ୍ପସ୍‌ ପରିସରରେ ପ୍ରଥମ ସପ୍ତାହରେ ଏକ ଅଧିବେଶନର ଆୟୋଜନ ହେବ, ଯାହା ସେମାନଙ୍କୁ ପରସ୍ପରକୁ ଭଲ ଭାବେ ଜାଣିବାରେ ସହାୟକ ହେବା ସହ ଗ୍ରୁପ୍‌ ଭିତରେ ଅଧିକ ସହଜ ଅନୁଭବ କରିପାରିବେ। ଏଥିପାଇଁ ଶିକ୍ଷକମାନଙ୍କ ସହ ପିଲାମାନେ ପ୍ରାତଃଭ୍ରମଣରେ ଯିବେ। ସେମାନଙ୍କ ପାଇଁ ବାଧ୍ୟତାମୂଳକ କାଉନ୍‌ସେଲିଂ ସେସନ୍‌ ସହ ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯିବ। ଆଇଆଇଟି ନିର୍ଦ୍ଦେଶକ ଦେବେନ୍ଦ୍ର ଜଲିହାଲଙ୍କ କହିବା ଅନୁଯାୟୀ, ପିଲାମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି। ସେଣ୍ଟର ଫର୍‌ ହୋଲିଷ୍ଟିକ୍‌ ଓ୍ବେଲ୍‌ବିଙ୍ଗ୍‌ ନାମରେ ମାନସିକ ସ୍ବାସ୍ଥ୍ୟ ଓ କାଉନ୍‌ସେଲିଂ ସିଷ୍ଟମ୍‌ ସ୍ଥାପନ କରାଯିବ। ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ ନେଇ ଗଠିତ ସାଥୀ କାଉନ୍‌ସେଲିଂ କ୍ଲବ୍‌ ପେସାଦାରି ପରାମର୍ଶଦାତାଙ୍କ ସହାୟତାରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ମାନସିକ ଓ ସାମଗ୍ରିକ ସୁସ୍ଥତା ପ୍ରଦାନ କରିବ। ହଷ୍ଟେଲର ସ୍ବତନ୍ତ୍ର ପରିଚାରକ ଭାବେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ, ଯେପରି ସେମାନେ ଛାତ୍ରୀଛାତ୍ରଙ୍କ ସହ ନିୟମିତ ଆଲୋଚନା କରିବେ। ଏହାଦ୍ୱାରା ସେମାନେ ସହଜ ଅନୁଭବ କରିବା ସହ ନିଜ ଅନୁଭବ ଆଦାନପ୍ରଦାନ କରିପାରିବେ। ସବୁକିଛି ଏକ ଗୋପନୀୟ ଢଙ୍ଗରେ କରାଯିବ ଯେପରି ପିଲାମାନେ ଧମକର ସମ୍ମୁଖୀନ ହେଉଛନ୍ତି କିମ୍ବା ସେମାନଙ୍କ ପ୍ରିଭେସିର ଉଲ୍ଲଂଘନ ହେଉଛି ବୋଲି ଅନୁଭବ କରୁ ନ ଥିବା ସୁନିଶ୍ଚିତ କରିବେ ବୋଲି ଜଲିହାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri