Posted inଖେଳ

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଦଳ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସର ରନ୍‌ ଚେଜ୍‌ ବେଳେ ୧୯ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ମୋରିସଙ୍କ ବୋଲିଂ ବେଳେ ପାଣ୍ଡ୍ୟା ଏକ ବିଶାଳ ଛକା ମାରିଥିଲେ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପ୍ରତି ଇଶାରା କରିଥିଲେ। ଏହି ଓଭରରେ ମୋରିସ୍‌ ତାଙ୍କ ୫ମ ବଲ୍‌ରେ ପାଣ୍ଡ୍ୟାଙ୍କୁ ଆଉଟ କରି ପ୍ୟାଭିଲିଅନ ପଠାଇ ପ୍ରତିଶୋଧ ନେବା ସହ ଇଶାରା କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ୫ଉଇକେଟରେ ବିଜୟ ଲାଭ କରିଥିଲା। ଉଭୟ ଖେଳାଳି ଆଇପିଏଲ୍‌ ଆଚରଣବିଧି ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ମ୍ୟାଚ ରେଫରି କୌଣସି ଦଣ୍ଡ ବିଧାନ ନ କରି କେବଳ ଭର୍ତ୍ସନା କରି ଛାଡ଼ିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

‘ଥ୍ୟାଙ୍କ ୟୁ ପାକିସ୍ତାନ…’, ଭାରତ ସହ ଖେଳିବାକୁ ମନା କଲା ପାକ୍‌, ଖୁସିରେ ନାଚି ଉଠିଲା ବାଂଲାଦେଶ!

ନୂଆଦିଲ୍ଲୀ,୬।୨: ବାଂଲାଦେଶ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିରୁଦ୍ଧରେ ଚୁପଚାପ ଏକତ୍ରିତ ହୋଇଥିଲେ। ଏହା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଭାରତୀୟ ଦଳରେ ୫ ଓଡ଼ିଆ, ରୋଶନ କୁଜୁରଙ୍କୁ ପ୍ରଥମ ଥର ସୁଯୋଗ

ରାଉରକେଲା,୬ା୨: ଫେବ୍ରୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ (ପୁରୁଷ) ପାଇଁ ହକି ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri