ଟିକ୍‌ଟକ୍‌ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍‌ଟକ୍‌ ଆପ୍‌କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ନିଷେଧ ସତ୍ତ୍ୱେ ଚାଇନିଜ୍‌ ଆପ୍‌ ବିରୋଧରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆପ୍‌ ଉପରେ ଦକ୍ଷିଣ କୋରିଆରେ ଜରିମାନା କରାଯାଇଛି। ଅଭିଯୋଗ ହୋଇଛି ଯେ, ଟିକ୍‌ଟକ୍‌ ପିଲାମାନଙ୍କ ସହ ଜଡ଼ିତ ତଥ୍ୟର ଅପବ୍ୟବହାର କରିଛି। ଫଳରେ ଏହି ଆପ୍‌ ପ୍ରତି ୧୫୫,୦୦୦ଡଲାର ଜରିମାନା କରାଯାଇଛି।
କୋରିଆ ଯୋଗାଯୋଗ ଆୟୋଗ(କେସିସି) ଚାଇନାର ଏହି କମ୍ପାନୀ ଉପରେ ୧୮୬ ମିଲିୟନ (ପ୍ରାୟ ୧.୧ କୋଟି ଟଙ୍କା) ଜରିମାନା କରିଛି। ତେବେ କୋରିଆରେ ଟେଲିକମ୍‌ ଏବଂ ଡାଟା ସମ୍ବନ୍ଧୀୟ କ୍ଷେତ୍ରଗୁଡିକରେ କେସିସି ପ୍ରକୃତରେ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରେ ଏବଂ ଉପଭୋକ୍ତାମାନଙ୍କ ସହ ଜଡ଼ିତ ତଥ୍ୟ ଉପରେ ନଜର ରଖିବାର ଦାୟିତ୍ୱ ମଧ୍ୟ ଅଛି। କମ୍ପାନୀ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ରଖିପାରି ନ ଥିବାରୁ ଟିକ୍‌ଟକ୍‌ ଉପରେ ଏପରି ଦଣ୍ଡବିଧାନ କରାଯାଇଛି।
ବିଶେଷକରି ପିଲାମାନଙ୍କ ତଥ୍ୟକୁ ନେଇ ଟିକ୍‌ଟକ୍‌ରେ ଭୁଲ୍‌ ତଥ୍ୟ ପ୍ରକାଶ ପାଇଛି। ୧୪ ବର୍ଷରୁ କମ୍‌ ପିଲାମାନଙ୍କ ମାତାପିତାଙ୍କ ବିନା ଅନୁମତିରେ ତଥ୍ୟ ସଂଗ୍ରହ କରୁଛି ଏବଂ ଏହାର ଅପବ୍ୟବହାର କରୁଛି।

କେସିସି ଅନୁଯାୟୀ, ୩୧ ମେ’ ୨୦୧୭ରୁ ୬ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଅତି କମ୍‌ରେ ୬,୦୦୦୭ ଶିଶୁଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କୁ ମଧ୍ୟ ଏହା କହି ନ ଥିଲା କି ସେମାନଙ୍କର ତଥ୍ୟ ଅନ୍ୟ ଦେଶକୁ ପଠାଯାଉଛି ବୋଲି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କମ୍ପାନୀ ୪ଟି କ୍ଲାଉଡ୍‌ ସେବା ଆଲିବାବା କ୍ଲାଉଡ, ଫାଷ୍ଟଲି, ଏଜ୍‌କାଷ୍ଟ ଏବଂ ଫାୟାରବେସ୍‌ର ବ୍ୟବହାର କରେ। ପୁଣି ଥରେ ଏହି ଆପ୍‌ ପ୍ରତି ଅଙ୍ଗୁଳି ଉଠିଛି। ଯାହା ତାକୁ ଅସୁବିଧାରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri