ଓଡ଼ିଶାରେ ୧ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ

ଭୁବନେଶ୍ୱର,୨୨।୨ ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଫାଇବର’ର ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଏହା ରାଜ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଫିକ୍ସଡ୍‌ ଲାଇନ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ଦୂରସଞ୍ଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସଡ୍‌-ଲାଇନ ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବରର ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ଫାଇବର ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତି ଅଧିକ ସୁଦୃଢ କରିଛି।
ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓ ଫାଇବର ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଣକାରୀ ହୋଇପାରିଛି। ୨୦୨୦ ମାର୍ଚ୍ଚରେ ରାଜ୍ୟରେ ଜିଓ ଫାଇବର ଗ୍ରାହକ ସଂଖ୍ୟା ୮,୦୦୦ ଥିବା ବେଳେ ଏଥିରେ ଲଗାତର ବୃଦ୍ଧି ଘଟି ଗ୍ରାହକ ସଂଖ୍ୟା ୧୨୦୦%ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ୧ଲକ୍ଷ ଅତିକ୍ରମ କରିଛି।
ଓଡ଼ିଶାବାସୀଙ୍କୁ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓ ଫାଇବର ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ତା’ର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିପାରିଛି। ଏପରିକି ଜିଓଫାଇବର ସେବା ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଓ ଢେଙ୍କାନାଳ ସମେତ ୨୭ଟି ସହର ଓ ପ୍ରମୁଖ ନଗରଗୁଡ଼ିକରେ ଉପଲବ୍ଧ କରାଉଛି। ଜିଓ ଫାଇବର ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହା ଅସୀମିତ ଡାଟା ଏବଂ ମାଗଣା ଏଚ୍‌ଡି ଭଏସ୍‌ କଲିଂ ସୁବିଧା ପ୍ରଦାନ କରୁଛି। ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ୍‌ ବକ୍ସ ଏବଂ ଭଏସ୍‌ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସମ୍ପ୍ରତି ୩୫୦ରୁ ଅଧିକ ଟିଭି ଚ୍ୟାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?