ଓଡ଼ିଶାରେ ୧ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ

ଭୁବନେଶ୍ୱର,୨୨।୨ ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଫାଇବର’ର ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଏହା ରାଜ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଫିକ୍ସଡ୍‌ ଲାଇନ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ଦୂରସଞ୍ଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସଡ୍‌-ଲାଇନ ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବରର ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ଫାଇବର ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତି ଅଧିକ ସୁଦୃଢ କରିଛି।
ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓ ଫାଇବର ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ଫିକ୍ସଡ୍‌-ଲାଇନ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଣକାରୀ ହୋଇପାରିଛି। ୨୦୨୦ ମାର୍ଚ୍ଚରେ ରାଜ୍ୟରେ ଜିଓ ଫାଇବର ଗ୍ରାହକ ସଂଖ୍ୟା ୮,୦୦୦ ଥିବା ବେଳେ ଏଥିରେ ଲଗାତର ବୃଦ୍ଧି ଘଟି ଗ୍ରାହକ ସଂଖ୍ୟା ୧୨୦୦%ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ୧ଲକ୍ଷ ଅତିକ୍ରମ କରିଛି।
ଓଡ଼ିଶାବାସୀଙ୍କୁ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓ ଫାଇବର ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ତା’ର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିପାରିଛି। ଏପରିକି ଜିଓଫାଇବର ସେବା ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଓ ଢେଙ୍କାନାଳ ସମେତ ୨୭ଟି ସହର ଓ ପ୍ରମୁଖ ନଗରଗୁଡ଼ିକରେ ଉପଲବ୍ଧ କରାଉଛି। ଜିଓ ଫାଇବର ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହା ଅସୀମିତ ଡାଟା ଏବଂ ମାଗଣା ଏଚ୍‌ଡି ଭଏସ୍‌ କଲିଂ ସୁବିଧା ପ୍ରଦାନ କରୁଛି। ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ୍‌ ବକ୍ସ ଏବଂ ଭଏସ୍‌ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସମ୍ପ୍ରତି ୩୫୦ରୁ ଅଧିକ ଟିଭି ଚ୍ୟାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍ସ ମଜଭୁତକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୭: ଦେଶର କୃଷକ ଓ କୃଷି କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ କୃଷକ ଉତ୍ପାଦକ ସଂଗଠନ(ଏଫ୍‌ପିଓ)ଗୁଡ଼ିକ ଜରିଆରେ ପ୍ରାଥମିକ କୃଷି କ୍ରେଡିଟ୍‌ ସୋସାଇଟି...

ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ନେଲେ ଜେପିଏସ୍‌ ଚାଓ୍ବଲା

ନୂଆଦିଲ୍ଲୀ,୧୭-୧୦: ଅର୍ଥମନ୍ତ୍ରଣାଳୟ ବ୍ୟୟ ବିଭାଗର ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ୍‌ ଚାଓ୍ବଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ୧୯୮୫ ବ୍ୟାଚ୍‌ ଭାରତୀୟ ସିଭିଲ ଲେଖା ସେବା...

୧୦ ବର୍ଷରେ ରିଲାଏନ୍ସର ସର୍ବାଧିକ ବୃଦ୍ଧି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଆସନ୍ତା ୧୮ ମାସ ମଧ୍ୟରେ ଋଣମୁକ୍ତ ହୋଇଯିବ ବୋଲି ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ ତମ ବାର୍ଷିକ...

ଘରୋଇ କ୍ଷେତ୍ରକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅର୍ଥ

ନୂଆଦିଲ୍ଲୀ,୧୮ା୫: ଘରୋଇ ଫ୍ୟାକ୍ଟ୍ରି ଓ ନିର୍ମାଣସ୍ଥଳ ଭଳି ପ୍ରାଇଭେଟ୍‌ ଏଣ୍ଟରପ୍ରାଇଜ୍‌ରେ ନିୟୋଜିତ ଶ୍ରମିକଙ୍କ ପାଇଁ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) କାର୍ଯ୍ୟକାରୀ...

ମେ’ରେ ମାନୁଫାକ୍‌ଚରିଂ ସୂଚକାଙ୍କ ୫୨.୭

ନୂଆଦିଲ୍ଲୀ,୪-୬: ଚାହିଦା ବୃଦ୍ଧି ପାଇବା ଯୋଗୁ କମ୍ପାନୀଗୁଡ଼ିକର ଉତ୍ପାଦନ ଚଳିତ ବର୍ଷ ମେ’ରେ ବଢ଼ିଛି। ଫଳରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ଗତିବିଧିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହାଦ୍ୱାରା...

ଏସ୍‌ବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯ା୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର...

୩ ଲକ୍ଷ କୋଟିର ଅତିରିକ୍ତ ପ୍ୟାକେଜ ଲୋଡ଼ା

ନୂଆଦିଲ୍ଲୀ,୯।୪: କୋଭିଡ୍‌-୧୯ ବିରୋଧରେ ଲଢିବା ଲାଗି ଦେଶର ଅର୍ଥ ବ୍ୟବସ୍ଥାକୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଲୋଡା ପଡୁଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ...

ବଜାରକୁ ଗତି ଦେଇପାରିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର...

Advertisement
Archives

Model This Week