ବଳି ପଡ଼ିଲେଣି ୯ ହଜାରରୁ ଊର୍ଦ୍ଧ୍ୱ

କିଭ୍‌/ଜାତିସଂଘ,୯।୭: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୫୦୦ ଦିନ ପୂରିଯାଇଛି। ଦୀର୍ଘ ଦିନ ଧରି ରୁଷିଆ ସେନାର କଡ଼ା ମୁକାବିଲା କରୁଥିବା ୟୁକ୍ରେନୀୟ ସେନା ଯବାନଙ୍କୁ କୃଷ୍ଣ ସାଗର ଦ୍ୱୀପରୁ ଏକ ଭିଡିଓ ଜାରି କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଖୁବ୍‌ ପ୍ରଶଂସା କରିଛନ୍ତି। ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ସ୍ନେକ୍‌ ଆଇଲାଣ୍ଡ ବିଜୟର ସ୍ଥାନ ଯାହାକୁ କେବେହେଲେ ବିଜୟ ପ୍ରାପ୍ତ କରାଯାଇ ପାରିବ ନାହିଁ। ଏଠାରେ ଥିବା ଯବାନଙ୍କୁ ରୁଷିଆ ସେନା ପ୍ରଥମେ ଆତ୍ମସମର୍ପଣ କରିବାକୁ କହିଥିବାବେଳେ ସେନା ମୁଣ୍ଡ ନୁଆଇଁ ନ ଥିଲା। ରୁଷିଆର ଜବରଦଖଲ ପରେ ମଧ୍ୟ ୟୁକ୍ରେନ୍‌ ଏବେ ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବାରେ ସଫଳ ହୋଇଛି, ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଏହି ଲଢ଼େଇରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି। ଯୁଦ୍ଧରେ ୟୁକ୍ରେନର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି। ଜେଲେନ୍‌ସ୍କି ଏବେ ତୁର୍କୀଗସ୍ତରେ ଥିବାବେଳେ ଭିଡିଓ ବାର୍ତ୍ତାକୁ କେତେବେଳେ ରେକର୍ଡ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ୨୦୨୨ ଫେବୃୟାରୀ ୨୪ରେ ରୁଷୀୟ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ୍‌ର ସବୁଠୁ ବଡ଼ ବନ୍ଦର ଓଡେସା ଏବଂ ନୌସେନା ହେଡ୍‌ କ୍ୱାର୍ଟର୍ସକୁ କବଜା କରିବା ରୁଷିଆର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଦିନରେ ପହଞ୍ଚତ୍ଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ହେଉ ନ ଥିବାବେଳେ ଅଦ୍ୟାବଧି ୫୦୦ ଶିଶୁଙ୍କ ସମେତ ୯,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ରେ ଥିବା ଜାତିସଂଘର ମାନବାଧିକାର ମନିଟରିଂ ମିଶନ୍‌ (ଏଚ୍‌ଆର୍‌ଏମ୍‌ଏମ୍‌ୟୁ) ପକ୍ଷରୁ ଶୁକ୍ରବାର କୁହାଯାଇଛି। ଯୁଦ୍ଧରେ ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍‌ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ଏଚ୍‌ଆର୍‌ଏମ୍‌ଏମ୍‌ୟୁର ଉପମୁଖ୍ୟ କନୋଏଲ କାଲହୋନ୍‌ କହିଛନ୍ତି। ଶନିବାର ରୁଷିଆ ମିଶାଇଲ ମାଡ଼ରେ ୟୁକ୍ରେନ ଲୀମନରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନୀୟ ଅନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବାଞ୍ଚଳ ହୋନେସ୍କର ଗଭର୍ନର ପାଭଲୋ କିରିଲେଙ୍କୋ ରୁଷିଆ ମିଶାଇଲରେ କ୍ଷତିଗ୍ରସ୍ତ ଅଞ୍ଚଳର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ମୃତ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀରର ଅଙ୍ଗ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।
ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତିକୁ ଦେଖିଲେ, ଉତ୍ତର-ଦକ୍ଷିଣାଞ୍ଚଳ ବଖମଟ ଓ ଡୋନେସ୍କ ଅଞ୍ଚଳର କିଛି ଭାଗକୁ ୟୁକ୍ରେନୀୟ ସେନା ଧୀରେ ଧୀରେ କବଜା କରିବା ଆରମ୍ଭ କରିଛନ୍ତି। ଯୁଦ୍ଧ ଭିତରେ ରୁଷିଆ ଅଧୀନରେ ଥିବା ଜାପୋରଝିଆ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ନଷ୍ଟ କରିବାକୁ ଚାହୁଁଥିବା ରୁଷିଆ ଓ ୟୁକ୍ରେନ୍‌ ପରସ୍ପରକୁ ଦୋଷୀ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷେ ଶନିବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଶୋଇଗୁ ଫାୟାରିଂ ରେଞ୍ଜ ପରିଦର୍ଶନ କରିଛନ୍ତି। ନାଟୋ ସମିଟ୍‌ ଆଲୋଚନାବେଳେ ଆମେରିକା ୟୁକ୍ରେନ୍‌କୁ ଯୁଦ୍ଧ ମୁକାବିଲା ପାଇଁ କ୍ଲଷ୍ଟର ମ୍ୟୁନିଶନ୍ସ ହତିଆର ଯୋଗାଇବା ନେଇ ଘୋଷଣା କରିଛି। ଏ ନେଇ ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଆମେରିକାକୁ ପ୍ରଶଂସା କରିବା ସହ ଏହି ଯୁଦ୍ଧାସ୍ତ୍ରକୁ ଗ୍ରାମାଞ୍ଚଳରେ ବ୍ୟବହାର କରାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ କ୍ଲଷ୍ଟର ମ୍ୟୁନିଶନ୍ସର ପ୍ରଭାବ ମସ୍କୋ ଉପରେ ପଡ଼ିବ ନାହିଁ ବୋଲି ରୁଷିଆ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri