Posted inଜାତୀୟ

ତାଜମହଲରେ ନିଃଶୁଳ୍କ ପ୍ରବେଶ, ଗୋଟିଏ ଦିନରେ ବୁଲିଲେ ୬୦ ହଜାର ପର୍ଯ୍ୟଟକ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଜମହଲ ସମେତ ସମସ୍ତ ଐତିହାସିକ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରବେଶ ଅନୁମତି ମିଳିବା ପରେ ପ୍ରଥମ ୱିକଏଣ୍ଡରେ ଶନିବାର ତାଜମହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବେଶ ଟିକେଟ ନ ଥିବାରୁ ଶନିବାର ମୁଖ୍ୟ ଗମ୍ବୁଜ ନିକଟରେ ପ୍ରବେଶ ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖାଯାଇଥିଲା । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଖାପାଖି ୬୦ ହଜାରରୁ ଅଧିକ ପର୍ଯ୍ୟଟକ ତାଜମହଲ ବୁଲିଛନ୍ତି ।
ପାଖାପାଖି ୫୦୦ ମିଟର ଲାଇନ ଲାଗିଥିବାରୁ ପର୍ଯ୍ୟଟକଙ୍କୁ ଭିତରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ପ୍ରାୟ ୪-୫ ଘଣ୍ଟା ସମୟ ଲାଗିଥିଲା । ପ୍ରାୟ ୪ ବର୍ଷ ପରେ ମୁଖ୍ୟ ଗମ୍ବୁଜ ଓ ଚମେଲି ଫର୍ସରେ ଏଭଳି ଭିଡ ହୋଇଥିବା କୁହାଯାଉଛି । କରୋନା ମହାମାରୀ ପୂର୍ବରୁ ଖ୍ରୀଷ୍ଟମାସ ଛୁଟିରେ ଏଭଳି ଭିଡ ହୋଇଥିବାରୁ ଏଏସଆଇ ପ୍ରବେଶ ଶୁଳ୍କ ୨୦୦ଟଙ୍କା କରିଦେଇଥିଲା । ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମ ହୋଇଯାଇଥିଲା । ହେଲେ ଏବେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଏହା ନିଃଶୁଳ୍କ ହୋଇଯାଇଥିବାରୁ ଗୋଟିଏ ଦିନରେ ୬୦ ହଜାର ପର୍ଯ୍ୟଟକ ତାଜମହଲ ବୁଲି ଦେଖିଛନ୍ତି । ଏହି ଭିଡକୁ ଦେଖି ସୋମବାର କିଛି ପରିବର୍ତ୍ତନ କରାଯାଇପାରେ ବୋଲି ଏଏସଆଇ ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ ରାଜକୁମାର ପଟେଲ କହିଛନ୍ତି । ସୂଚନାଯୋଗ୍ୟ, ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରାୟ ସମସ୍ତ ଐତିହାସିକ ସ୍ଥଳରେ ନିଶୁଳ୍କ ପ୍ରବେଶ ଅନୁମତି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri