ଅଜଣା ରୋଗରେ ମଲେଣି ୫୦ରୁ ଊର୍ଦ୍ଧ୍ୱ ଛେଳି, ପହଞ୍ଚିନାହାନ୍ତି ବିଶେଷଜ୍ଞ ଦଳ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଜଗେରମାହାର ବକ୍ସିପଲି ଗ୍ରାମରେ ଗତ ଏକ ମାସ ଧରି ଛେଳି ମଡ଼କ ଚାଲିଛି। ଏଥିରେ ବହୁ ଛେଳିଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏକାଧିକ ଛେଳିଚାଷୀଙ୍କ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କର ଗୋଟିଏ ମାସରେ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ଜନ ସଚେତନ ସହ ଗୋପାଳନ, ଛେଳି କୁକୁଡ଼ାଚାଷ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଥିବାବେଳେ ଚାଷୀ ଏହା ପାଳନ କରିବାକୁ ଆଗ୍ରହ ପ୍ରକାଶ କରି ଛେଳି, କୁକୁଡ଼ା ପାଳନ କରୁଥିବା ବେଳେ ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧାନ ଚିକତ୍ସା ବିଭାଗ ପକ୍ଷରୁ ଅହେତୁକ ଅବହେଳା ପାଇଁ ଅନେକ ଛେଳିର ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମରେ ଗତ କିଛିଦିନ ଦିନ ଧରି ଛେଳିକୁ ଅଜଣା ରୋଗ ଗ୍ରାସ କରିଥିବା ବେଳେ ପାଟିରେ ଘା’ ହେବା ସହ ଝାଡ଼ାବାନ୍ତି, କାଶ ଓ ଦୁର୍ବଳ ହୋଇ ପ୍ରତିଦିନ ଛେଳି ମଡ଼କ ହେଉଛି। ଏବେ ପର୍ଯ୍ୟନ୍ତ ଗାଁକୁ ବିଶେଷଜ୍ଞ ଦଳ ପହଞ୍ଚି ନ ଥିବା ବେଳେ ପ୍ରତିଦିନ ଛେଳି ମୃତୁସଂଖ୍ୟା ବଢୁଛି। ଫଳରେ ଏହି ଚାଷ କରି ପରିବାର ପ୍ରତିପୋଷଣ ହେଉଥିବା ଚାଷୀମାନେ ଏବେ ନିରାଶ ହୋଇପଡ଼ିଛନ୍ତି। ଗ୍ରାମର ଯୋଶେଫ୍‌ ଦିଗାଲଙ୍କ ଏହି ଅଜଣା ରୋଗରେ ପ୍ରାୟ ୭ଟି ଛେଳିର ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ଟ୍ବିଙ୍କଲ ଦିଗାଲ ୨୦ଟି ଛେଳି ଥିଲା ସେମାନଙ୍କ ମଧ୍ୟରୁ ଅଧାରୁ ଊର୍ଦ୍ଧ୍ୱ ଛେଳିକୁ ଚିକିତ୍ସା କରାଯିବା ପରେ ମଧ୍ୟ ଆଉ ବଞ୍ଚିଲେ ନାହିଁ ବୋଲି କହିଛନ୍ତି।

ସେହିପରି ବୀରବଲ ଦିଗାଲଙ୍କ ୯ ଟି, ଜୁଲିୟନ ଦିଗାଲ, ଶସ୍ତରୀ ଦିଗାଲ, ରୀନା ଦିଗାଲଙ୍କ ମିଶି ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଶତାଧିକ ଛେଳିର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏନେଇ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡଃ ପତିତପାବନ ରଥ କହିଛନ୍ତି, ସେଠାକୁ ତିଲୋରୀ ପଞ୍ଚାୟତରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଜଗେରମାହା ପଠାଯାଇଛି। ତେବେ ଆମେ ଜଗେରମାହାର ଛେଳିଚାଷୀଙ୍କୁ କହିଛୁ ମୃତ୍ୟୁ ହେଇଯାଇଥିବା ଛେଳିକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇଲେ କେଉଁ କାରଣ ଓ ରୋଗ ଯୋଗୁ ଛେଳିର ମୃତ୍ୟୁ ଘଟୁଛି ଜଣାପଡ଼ିବ ବୋଲି କୁହାଯାଇଛି କିନ୍ତୁ କେହି ଚାଷୀ ଏଠାକୁ ଆଣି ନ ଥିବା ଯୋଗୁ ଛେଳିର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri