୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିଯାଇଛି । ଫଳ ଦୋକାନ ପ୍ରାୟ ୫୦ରୁ ଅଧିକ ଦୋକାନ ଜାଳିପୋଡି ଛାରଖାର ହୋଇଯାଉଛି । ଜିଲାପାଳଙ୍କ ଅଫିସ ନିକଟରେ ଥିବା ପୌରସଂସ୍ଥା ପକ୍ଷରୁ ତିଆରି ହୋଇଥିବା ଫଳ ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଥିଲେ ବି ନିଆଁକୁ ଆୟତ୍ତ କରିପାରି ନ ଥିଲେ । ସମସ୍ତ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଫଳ ଦୋକାନୀମାନେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକୋ କରିଥିଲେ । ତହସିଲଦାର ଓ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ଆଲୋଚନା କରୁଥିବା ଜଣାଯାଇଛି । ବଲାଙ୍ଗୀରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ପୋଡି ଯାଇଥିବା ଫଳ ମାର୍କେଟ ପରିଦର୍ଶନ କରିବା ସହ ମ୍ୟୁନିସିପାଲଟି ଅବହେଳାରୁ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି। ଫଳ ଦୋକାନୀଙ୍କୁ ଗୋଟିଏ ବି ଅଗ୍ନି ନିର୍ବାପକ ଯନ୍ତ୍ର ଦିଆଯାଇନଥିଲା। ତୁରନ୍ତ କ୍ଷତିଗ୍ରସ୍ତ ଫଳ ଦୋକାନୀଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily