ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି ବିକ୍ରି

ଭୁବନେଶ୍ୱର, ୬।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ତଥା ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩ ସେପ୍ଟେମ୍ବରରେ ୫ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ ସେପ୍ଟେମ୍ବର ମାସର ବିକ୍ରି ତୁଳନାରେ କମ୍ପାନୀ ୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ବର୍ଷ ସେହି ସମାନ ସମୟ ମଧ୍ୟରେ କମ୍ପାନୀ ୫,୨୬,୯୯୮ ଗାଡ଼ି ବିକ୍ରି କରିଛି। ବିଶେଷକରି ଘରୋଇ ବଜାରରେ କମ୍ପାନୀ ୪,୯୧,୮୦୨ଗାଡ଼ି ବିକ୍ରି କରିଥିବା ବେଳେ ୩୫,୧୯୬ ଗାଡ଼ି ରପ୍ତାନି କରିଛି। କମ୍ପାନୀର ରପ୍ତାନିରେ ୧୯% ବୃଦ୍ଧି ଘଟିଛି। ସେହିପରି ୨୦୨୩ ସେପ୍ଟେମ୍ବରରେ କମ୍ପାନୀ ଅନେକ ଉପଲବ୍ଧି ହାସଲ କରିଥିଲା। ଏପରିକି ଉପତ୍ାଦ ମଧ୍ୟରେ କମ୍ପାନୀ ପକ୍ଷରୁ ସେପ୍ଟେମ୍ବରରେ ଏହାର ପ୍ରିମିୟମ ମୋଟରସାଇକେଲ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ବୁକିଂ ଶୁଭାରମ୍ଭ କରାଯାଇଛି। ଏଥିସହ କମ୍ପାନୀ ଆକ୍ଟିଭା ଲିମିଟେଡ୍‌ ଏଡିସନ୍‌, ଏସ୍‌ପି ୧୨୫ ସ୍ପୋର୍ଟସ୍‌ ଏଡିସନ୍‌ ଓ ହର୍ନେଟ୍‌ ୨.୦ର ରେପ୍‌ସଲ୍‌ ଏଡିସନ୍‌ ଓ ଡିଓ ୧୨୫କୁ ଉନ୍ମୋଚନ କରାଯାଇଛି। କମ୍ପାନୀ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ସିବି୩୦୦ଏଫ୍‌ ଓ ସିବି୨୦୦ଏକ୍ସକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri