ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଇରାନର ମାଜନ୍ଦରାନ ଓ ଗିଲାନ୍‌ ରାଜ୍ୟ ଏବଂ ପଶ୍ଚିମ ଇରାନର ହମାଦାନ୍‌ ରାଜ୍ୟର ବିଭିନ୍ନ ସହରରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍‌ନାକୁ ଆସିଛି। ସେହିପରି ବିଷାକ୍ତ ମଦ ପିଇ ଶତାଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରକାଶ ଯେ, ଇରାନରେ ୧,୯୭୯ରେ ଦେଖାଦେଇଥିବା ଇସ୍‌ଲାମିକ ବିପ୍ଳବ ପରେ କଠୋରପନ୍ଥୀ ଇସଲାମିକ୍‌ ସଙ୍ଗଠନକୁ ଶାସନ ଭାର ମିଳିଥିଲା। ଏହାପରେ ଇରାନରେ ମଦ୍ୟପାନକୁ ନିଷେଧ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ବହୁ ଇରାନବାସୀ ଚୋରାରେ ମଦ କିଣିଛୁନ୍ତି।

କିଛି ଲୋକ ବ୍ୟକ୍ତିଗତ ଭାବେ ଉପଭୋଗ କରିବା ପାଇଁ ଘରେ ମଧ୍ୟ ମଦ ପ୍ରସ୍ତୁତ କରୁଛନ୍ତି। ଗତ କିଛି ବର୍ଷ ହେବ ଦେଶରେ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ୨୦୨୦ରେ ବିଷାକ୍ତ ମଦ ପିଇ ଇରାନର ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ଆମେରିକା-ଇରାନ ଯୁଦ୍ଧ ଆମକୁ ଆଉ ଦରକାର ନାହିଁ, କାହିଁକି ରାଗି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୮ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ବ୍ରିଟେନର ସମର୍ଥନର ଅଭାବକୁ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ଷ୍ଟାର୍‌ମରଙ୍କୁ ଟାର୍ଗେଟ କରି…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri