କଲରା ପତରିଆ ହାବୁଡ଼ରେ ପଡ଼ିଲା ୨୦ରୁ ଊର୍ଦ୍ଧ୍ୱ ମେଣ୍ଢା: ୧୧ ମୃତ ୧୦ରୁ ଅଧିକ ଗୁରୁତର

ନୂଆପଡ଼ା,୪।୧(ମକାରୁ ବେମାଲ): ପୁଣି ନୂଆପଡ଼ା ଜିଲାରେ ବାଘ ଆତଙ୍କ। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ବାଗବାହାଳ ଭୋଇ ପଡ଼ାରେ କଲରା ପତରିଆ ବାଘ ଆତଙ୍କ ଖେଳାଇଛି। ବାଗବାହାଳଗ୍ରାମର ମେଣ୍ଢା ମାଲିକ ଭଜ ହାତୀ ରାତିରେ ଶୋଇଥିବା ସମୟରେ ଅର୍ଦ୍ଧ ରାତିରେ ୨ରୁ ଅଧିକ କଲରା ପତରିଆ ବାଘ ମେଣ୍ଢାଗୁହାଳକୁ ପଶି ୧୦ରୁ ଊର୍ଦ୍ଧ୍ୱ ମେଣ୍ଢାକୁ ମାରି ଖାଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ମେଣ୍ଢାକୁ ଆକ୍ରମଣ କରିଛି । ଏମିତିକି ୩ରୁ ୪ ମେଣ୍ଢାଙ୍କୁ ସ୍ଥାନୀୟ ବୁଦାମୂଳରେ ଖାଇ ଅଧାଅଧା ଛାଡ଼ି ଚାଲିଯାଇଛନ୍ତି । ବାଘ କାମୁଡ଼ାରେ ଗୁରୁତର ମେଣ୍ଢାମାନେ ମଧ୍ୟ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

ବନ ବିଭାଗ ପକ୍ଷରୁ ସେମାନଙ୍କର ଚିକିତ୍ସା ଜାରିରହିଛି । ଏହାର ଆନୁମାନିକ ମୁଲ୍ୟ ୧ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ପରେ ଭଜ ହାତୀଙ୍କ ପରିବାର ଲୋକ ଜାଣି ହୋହାଲ୍ଲା କରିବା ପରେ ବାଘ ମେଣ୍ଢାମାନଙ୍କୁ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା କହିଛନ୍ତି । ଏହା ଜାଣିପାରି ପ୍ରଥମେ ବନ ବିଭାଗ କର୍ମଚାରୀ ସାରଦା ବଦମାଝି ଓ ୱାଚର୍‌ ବିଦ୍ୟାଧର ମାଝୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଘଟଣା ଉପରେ ବୁଝାଶୁଝା କରି ପରିବାର ଲୋକଙ୍କୁ ଯଥା ଶୀଘ୍ର କ୍ଷୟକ୍ଷତି ପ୍ରଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମରେ ମଧ୍ୟ ଭୟରେ ବାତାବରଣ ଦେଖିବାକୁ ମିଳିଛି। ସମସ୍ତ ଭୟଭୀତ ଅଛନ୍ତି ଗାଁଟି ଶୂନଶାନ ଜଣାପଡୁଛି । ଆଗକୁ ମଣିଷ ପ୍ରତି ବିପଦ ନ ହେବା ଆଗରୁ ବାଭଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri