ଜିଲାର ୨ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: ୨୦୦୪ ମସିହା ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପୁଡୁଚେରୀ ଓ ଆନ୍ଧ୍ର ଉପକୂଳରେ ହୋଇଥିବା ଭୟାବହ ସୁନାମି ପ୍ରାକୃତିକ ବିପର୍ଯ୍ୟୟ ଦେଶର ଏକ ବିରଳ ଘଟଣା ହୋଇ ରହିଛି। ସୁନାମିର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ଦେଶବ୍ୟାପୀ ସୁନାମିପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ଓଡ଼ିଶାରେ ଓସ୍‌ଡମା ପକ୍ଷରୁ ଏହି ଚିହ୍ନଟ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ ବନ ବିଭାଗ ସହଯୋଗରେ ତଟବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୬୪ ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। ସୁନାମିର ମୁକାବିଲା ପାଇଁ ତଟାଞ୍ଚଳରେ ସାମୁଦ୍ରିକ ପ୍ରାଚୀର ଓ ହେନ୍ତାଳ ବଣ ସୃଷ୍ଟି କରିବାକୁ ତତ୍କାଳୀନ ସମୟରେ ପ୍ରସ୍ତାବ ରହିଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲାର ଉପାନ୍ତ ଅଞ୍ଚଳର ପ୍ରାୟ ୨ ଲକ୍ଷ ଅଧିବାସୀ ବନ୍ୟା ଓ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ସୁନାମିକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ଦାଶ, ଆଶିଷ କୁମାର ସେନାପତି ପ୍ରମୁଖ କହିଛନ୍ତି, ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ଜିଲାର ତଟାଞ୍ଚଳ ଡେଇଁ ସମୁଦ୍ର ଜୁଆର ପ୍ରାୟ ୩ କିଲୋମିଟର ମାଡ଼ି ଯାଇଥିଲା। କୌଣସି କାରଣରୁ ସୁନାମି ଆସିଲେ ତଟାଞ୍ଚଳ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହେବ ନାହିଁ। ଏହାର ପ୍ରକୋପକୁ କିଛି ମାତ୍ରାରେ ହେନ୍ତାଳବଣ କମ୍‌ କରିପାରେ। ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଦାରଖ ପାଇଁ ୨୦୦୬ରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି.ଜି. ଜଗତାପ, ଡ. ବି.ସି. ଇନଗୋଲିଓ, ଡ. କେ. ମୁସା ପ୍ରମୁଖ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଭିତରକନିକା ଗସ୍ତରେ ଆସି ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲ ଦେଖିବା ପରେ ସୁନାମି ପ୍ରତିରୋଧକ ଭାବେ ଏହା ସର୍ବୋତ୍କୃଷ୍ଟ ବୋଲି ସନ୍ତୋଷ ପ୍ରକାଶ କରିଥିଲେ। ଭିତରକନିକାର ବ୍ୟାପକ ହେନ୍ତାଳ ବଣ ସୁନାମି ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଟବର୍ତ୍ତୀ ସ୍ଥାନରେ ହେନ୍ତାଳବଣ ଓ ଆବଶ୍ୟକ ମୁତାବକ ସୁରକ୍ଷା ପ୍ରାଚୀର କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ଏହି ଗସ୍ତକୁ ୧୭ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାର ସୁନାମି ମୁକାବିଲା କେବଳ ୬୪ ଗ୍ରାମ ଚିହ୍ନଟରେ ସୀମିତ ରହିଛି। ତଟାଞ୍ଚଳକୁ ହେନ୍ତାଳ ଜଙ୍ଗଲ ପରିପୂର୍ଣ୍ଣ କରି ସୁନାମି ଓ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷରେ ତଟାଞ୍ଚଳରେ ଥିବା ହେନ୍ତାଳବଣର ଦ୍ରୁତ ଅବକ୍ଷୟ ହେଉଛି। ଏଥିସହ ତଟକ୍ଷୟ ପାଇଁ ସାତଭାୟାର ୫ ରାଜସ୍ବ ଗ୍ରାମ ଜିଲା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଛି। ୨୦୧୮ରେ ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ତଟାଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ଚିଙ୍ଗୁଡି ଘେରି ତଟଦେଶର ପ୍ରାକୃତିକ ପରିବେଶକୁ ଉଜାଡ଼ି ଦେଇଛି। ସୁନାମି ଆତଙ୍କରେ ଆତଙ୍କିତ ଜିଲାର ପ୍ରାୟ ୨ ଲକ୍ଷ ଅଧିବାସୀ ମକ୍‌ଡ୍ରିଲ ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଭରସାରେ ରହିଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ହେନ୍ତାଳବଣ ସୃଷ୍ଟିକୁ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ପେଣ୍ଠଠାରେ ଜିଓ ସିନ୍ଥେଟିକ ଟିଉବ୍‌ ୱାଲ ନିର୍ମାଣ ହୋଇଛି। ଏଥିସହ ସୁନାମିରୁ ରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri