ଜିଲାର ୨ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: ୨୦୦୪ ମସିହା ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପୁଡୁଚେରୀ ଓ ଆନ୍ଧ୍ର ଉପକୂଳରେ ହୋଇଥିବା ଭୟାବହ ସୁନାମି ପ୍ରାକୃତିକ ବିପର୍ଯ୍ୟୟ ଦେଶର ଏକ ବିରଳ ଘଟଣା ହୋଇ ରହିଛି। ସୁନାମିର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ଦେଶବ୍ୟାପୀ ସୁନାମିପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ଓଡ଼ିଶାରେ ଓସ୍‌ଡମା ପକ୍ଷରୁ ଏହି ଚିହ୍ନଟ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ ବନ ବିଭାଗ ସହଯୋଗରେ ତଟବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୬୪ ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। ସୁନାମିର ମୁକାବିଲା ପାଇଁ ତଟାଞ୍ଚଳରେ ସାମୁଦ୍ରିକ ପ୍ରାଚୀର ଓ ହେନ୍ତାଳ ବଣ ସୃଷ୍ଟି କରିବାକୁ ତତ୍କାଳୀନ ସମୟରେ ପ୍ରସ୍ତାବ ରହିଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲାର ଉପାନ୍ତ ଅଞ୍ଚଳର ପ୍ରାୟ ୨ ଲକ୍ଷ ଅଧିବାସୀ ବନ୍ୟା ଓ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ସୁନାମିକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ଦାଶ, ଆଶିଷ କୁମାର ସେନାପତି ପ୍ରମୁଖ କହିଛନ୍ତି, ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ଜିଲାର ତଟାଞ୍ଚଳ ଡେଇଁ ସମୁଦ୍ର ଜୁଆର ପ୍ରାୟ ୩ କିଲୋମିଟର ମାଡ଼ି ଯାଇଥିଲା। କୌଣସି କାରଣରୁ ସୁନାମି ଆସିଲେ ତଟାଞ୍ଚଳ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହେବ ନାହିଁ। ଏହାର ପ୍ରକୋପକୁ କିଛି ମାତ୍ରାରେ ହେନ୍ତାଳବଣ କମ୍‌ କରିପାରେ। ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଦାରଖ ପାଇଁ ୨୦୦୬ରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି.ଜି. ଜଗତାପ, ଡ. ବି.ସି. ଇନଗୋଲିଓ, ଡ. କେ. ମୁସା ପ୍ରମୁଖ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଭିତରକନିକା ଗସ୍ତରେ ଆସି ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲ ଦେଖିବା ପରେ ସୁନାମି ପ୍ରତିରୋଧକ ଭାବେ ଏହା ସର୍ବୋତ୍କୃଷ୍ଟ ବୋଲି ସନ୍ତୋଷ ପ୍ରକାଶ କରିଥିଲେ। ଭିତରକନିକାର ବ୍ୟାପକ ହେନ୍ତାଳ ବଣ ସୁନାମି ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଟବର୍ତ୍ତୀ ସ୍ଥାନରେ ହେନ୍ତାଳବଣ ଓ ଆବଶ୍ୟକ ମୁତାବକ ସୁରକ୍ଷା ପ୍ରାଚୀର କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ଏହି ଗସ୍ତକୁ ୧୭ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାର ସୁନାମି ମୁକାବିଲା କେବଳ ୬୪ ଗ୍ରାମ ଚିହ୍ନଟରେ ସୀମିତ ରହିଛି। ତଟାଞ୍ଚଳକୁ ହେନ୍ତାଳ ଜଙ୍ଗଲ ପରିପୂର୍ଣ୍ଣ କରି ସୁନାମି ଓ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷରେ ତଟାଞ୍ଚଳରେ ଥିବା ହେନ୍ତାଳବଣର ଦ୍ରୁତ ଅବକ୍ଷୟ ହେଉଛି। ଏଥିସହ ତଟକ୍ଷୟ ପାଇଁ ସାତଭାୟାର ୫ ରାଜସ୍ବ ଗ୍ରାମ ଜିଲା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଛି। ୨୦୧୮ରେ ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ତଟାଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ଚିଙ୍ଗୁଡି ଘେରି ତଟଦେଶର ପ୍ରାକୃତିକ ପରିବେଶକୁ ଉଜାଡ଼ି ଦେଇଛି। ସୁନାମି ଆତଙ୍କରେ ଆତଙ୍କିତ ଜିଲାର ପ୍ରାୟ ୨ ଲକ୍ଷ ଅଧିବାସୀ ମକ୍‌ଡ୍ରିଲ ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଭରସାରେ ରହିଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ହେନ୍ତାଳବଣ ସୃଷ୍ଟିକୁ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ପେଣ୍ଠଠାରେ ଜିଓ ସିନ୍ଥେଟିକ ଟିଉବ୍‌ ୱାଲ ନିର୍ମାଣ ହୋଇଛି। ଏଥିସହ ସୁନାମିରୁ ରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri