କୁକୁର କାମୁଡ଼ାରେ ୧୫ରୁ ଊର୍ଦ୍ଧ୍ୱ ଆହତ, ଏମାନଙ୍କ ମଧ୍ୟରେ ଅଛନ୍ତି…

ରାଇକିଆ,୬ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ବିଭିନ୍ନ ସ୍ଥାନରେ କୁକୁର କାମୁଡ଼ାରେ ଶୁକ୍ରବାର ୧୫ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଆହତମାନଙ୍କ ମଧ୍ୟରେ ଏକାଧିକ ଶିଶୁ ଓ ମହିଳା ରହିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଜଣଙ୍କୁ କଳା ରଙ୍ଗର କୁକୁର କାମୁଡ଼ି ଥିବା ପ୍ରକାଶ କରିଛନ୍ତି। ସମସ୍ତ ଆହତ ଚିକିତ୍ସା ପାଇଁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଚିକିତ୍ସା ପାଇଁ ଯଥେଷ୍ଟ ଇଞ୍ଜେକସନ ମହଜୁଦ ରହିଥିବା ଏବଂ ବୁଲା କୁକୁର, ଅଜଣା କୁକୁରଠାରୁ ଦୂରେଇ ରହିବା ସହ ଯଥେଷ୍ଟ ସତର୍କତା ଅବଲମ୍ବନ ଗ୍ରହଣ କରିବାକୁ ମେଡିକାଲ ଇନ୍‌ଚାର୍ଜ ଶ୍ରୀନିବାସ ପାତ୍ର କହିଛନ୍ତି।

Dharitri –Odisha’s No.1 Trusted Odia Daily

Share