ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ:  କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅଧିକ ପଦକ୍ଷେପ ଆସି ପାରେ। ଏ କ୍ଷେତ୍ରରେ ସରକାର ଅଧିକ ପଦକ୍ଷେପ ଲାଗି ରାସ୍ତା ଖୋଲା ରଖିଛନ୍ତି ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ ରବିବାର କହିଛନ୍ତି। ସରକାର ଫେବୃୟାରୀ ମାସରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସତ୍ତ୍ୱେ ନୂଆ ପ୍ରୋତ୍ସାହନ ପ୍ୟାକେଜ ନେଇ ବିଭିନ୍ନ ମହଲରୁ ଦାବି ଉଠିଛି। ଏହାର ବିଭିନ୍ନ ଦିଗକୁ ମଧ୍ୟ ସରକାର ବିଚାର କରିବାକୁ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଲହରରେ ଆସିଥିବା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଶିଳ୍ପ ସଂଘ ଗୁଡିକ ଦାବି ଉଠାଇଛନ୍ତି। ଏହା ଉପରେ ସିଇଏ ସ୍ପଷ୍ଟୀକରଣ ରଖିଥିବା ଜଣାପଡିଛି।
ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ଲହର ଯୋଗୁ ଜିଡିପିକୁ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ସୁବ୍ରମଣ୍ୟନ କହିଛନ୍ତି, ଗତବର୍ଷ ଭଳି ଅଧିକ ପଦକ୍ଷେପ ନେବାକୁ ରାସ୍ତା ଖୋଲା ରହିଛି। ମାତ୍ର ଗତବର୍ଷ ଏବଂ ଚଳିତବର୍ଷ କ’ଣ ସବୁ ବଡ ବ୍ୟବଧାନ ରହିଛି ତାକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ପ୍ରକାଶ କରିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ଖର୍ଚ୍ଚକୁ ଗୁରୁତ୍ୱ ଦେଇଛନ୍ତି। ଅଣ ସଙ୍ଗଠିତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ସୃଷ୍ଟି, ବଜାର ଚାହିଦା ଫେରାଇ ଆଣିବା ଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖାଯାଇଛି। ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚକୁ ସରକାର ୧୫% ବଢ଼ାଇଛନ୍ତି। ଫଳରେ ମୋଟ ଜିଡିପିରେ ସ୍ଥିର ପୁଞ୍ଜି ସୃଷ୍ଟି ପ୍ରାୟ ୩୪% ବଢ଼ିଛି। ଆର୍ଥତ୍କ ସୁଧାର ଫେରାଇ ଆଣିବା ଲାଗି ସରକାର ସାଧ୍ୟମତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ମତ ରଖିଛନ୍ତି।
ଏଭଳି ପଦକ୍ଷେପ ମଧ୍ୟରେ ୮୦ କୋଟି ଲୋକଙ୍କୁ ଆଗାମୀ ନଭେମ୍ବର ଯାଏ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ, ଗରିବ କଲ୍ୟାଣ ଯୋଜନାର ସମୟ ଅବଧି ବୃଦ୍ଧି ଯୋଗୁ ଅତିରିକ୍ତ ୭୦ ହଜାର କୋଟି ଖର୍ଚ୍ଚ ଏବଂ ସମସ୍ତଙ୍କୁ ମାଗଣା ଟିକାକରଣ ଭଳି କାର୍ଯ୍ୟକ୍ରମ ସାମିଲ ରହିଛି। ଆର୍ଥତ୍କ ସୁଧାରକୁ ଫେରାଇ ଆଣିବାରେ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦ୍ୱିତୀୟ ଲହର ଯୋଗୁ ଅର୍ଥ ବ୍ୟବସ୍ଥା ଏତେଟା ପ୍ରଭାବିତ ହେବନି ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri