ଜ୍ୟୋତିଙ୍କ ଚାଟ୍‌ରୁ ମିଳିଲା ପୁଣି ଭୟଙ୍କର ତଥ୍ୟ, ପାକିସ୍ତାନକୁ ଦେଇଥାନ୍ତେ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରରେ ରହୁଥିବା ଯୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ କହିଥିଲେ, “ମୋତେ ପାକିସ୍ତାନରେ ବାହା ହୁଅ।” ଏହି ଚାଟରୁ ଜ୍ୟୋତିଙ୍କ ସମ୍ପର୍କରେ ଆହୁରି ସାଂଘାତିକ ଜିନିେ ଖୁଲାସା ହୋଇଛି।

ଜ୍ୟୋତି ମଲହୋତ୍ରାଙ୍କୁ ମେ ୧୬ରେ ହିସାରରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ୩, ୪ ଓ ୫ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୫୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ କହିଛି ଯେ, ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଥିଲେ ଏବଂ ସମ୍ବେଦନଶୀଳ ସୂଚନା ଆଦାନପ୍ରଦାନ କରୁଥିଲେ। ତାଙ୍କ ମୋବାଇଲ ଓ ଲାପଟପରୁ ମିଳିଥିବା ସୂଚନାରୁ ଏହା ସ୍ପଷ୍ଟ ହୋଇଛି।

ଅଲି ହସନଙ୍କ ସହ ଜ୍ୟୋତିଙ୍କ ହ୍ବାଟସଆପ ଚାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଅଲି ଜ୍ୟୋତିଙ୍କୁ ଅଟାରୀ ସୀମାରେ କାହାକୁ ପ୍ରୋଟୋକଲ ମିଳିଥିଲା ବୋଲି ପଚାରିଥିଲେ, ଯାହା ଭାରତୀୟ ଗୁଇନ୍ଦା ଏଜେଣ୍ଟମାନଙ୍କୁ ଚିହ୍ନିବା ପାଇଁ ଏକ ପ୍ରୟାସ ଥାଇପାରେ। ଜ୍ୟୋତି ଉତ୍ତରରେ କହିଥିଲେ, “ମୁଁ ପାଇ ନାହିଁ। ସେମାନେ ଏତେ ବୋକା ନୁହଁନ୍ତି।” ଏହି ଚାଟରୁ ସନ୍ଦେହ ବିଛି ଯେ ଆଇଏସଆଇ ଜ୍ୟୋତିଙ୍କୁ ଭାରତୀୟ ଏଜେଣ୍ଟମାନଙ୍କ ସୂଚନା ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲା।

ଜ୍ୟୋତି ମାଲହୋତ୍ରା ୨୦୨୦ରୁ ୨୦୨୪ ମଧ୍ୟରେ ଅନେକବାର ପାକିସ୍ତାନ ଗସ୍ତ କରିଥିଲେ। ତାଙ୍କ ଯୁଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ଉଇଥ ଜୋ’ରେ ସେ ପାକିସ୍ତାନରେ ଥିବା ସମ୍ବେଦନଶୀଳ ଅଞ୍ଚଳ ଓ ରାଜପଥ ନମ୍ବର ୪୪ ଭଳି ରାସ୍ତାର ଭିଡିଓ ସେୟାର କରୁଥିଲେ।

ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ଓ ଗୁଇନ୍ଦା ବ୍ୟୁରୋ (IB) ଜ୍ୟୋତିଙ୍କ ଆର୍ଥିକ ନେଣଦେଣ ଓ ଯାତ୍ରା ଇତିହାସ ତଦନ୍ତ କରୁଛନ୍ତି। ତାଙ୍କ ମୋବାଇଲ ଓ ଲାପଟପର ଫୋରେନସିକ ବିଶ୍ଳେଷଣ ଚାଲିଛି। ଜ୍ୟୋତିଙ୍କ ସହ ୧୧ ଜଣଙ୍କୁ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି, ଯେଉଁମାନେ ପାକିସ୍ତାନ ସହ ଜଡିତ ଏକ ଗୁଇନ୍ଦା ନେଟୱାର୍କର ଅଂଶ ଥିଲେ ବୋଲି ଅଭିଯୋଗ ହୋଇଛି।

ଜ୍ୟୋତିଙ୍କ ପିତା ହରିଶ ମଲହୋତ୍ରା ପ୍ରଥମେ କହିଥିଲେ ଯେ, ତାଙ୍କ ଝିଅ ଅନୁମତି ନେଇ ପାକିସ୍ତାନ ଯାଇଥିଲେ। କିନ୍ତୁ ପରେ ସେ କହିଛନ୍ତି ଯେ, ଜ୍ୟୋତି ତାଙ୍କୁ କେବଳ ଦିଲ୍ଲୀ ଯାଉଥିବା କହୁଥିଲେ ଏବଂ ପାକିସ୍ତାନ ଯିବା ବିଷୟରେ କିଛି ଜଣାଇ ନ ଥିଲେ।

ଜ୍ୟୋତିଙ୍କ ଗିରଫ ଏପ୍ରିଲ ୨୨ରେ ହୋଇଥିବା ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଓ ତା’ପରେ ଭାରତର ‘ଅପରେସନ ସିନ୍ଦୁର’ ପରେ ହୋଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଜ୍ୟୋତି ଏହି ଅପରେଶନ ସମୟରେ ପାକିସ୍ତାନୀ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସମ୍ବେଦନଶୀଳ ସୂଚନା ଆଦାନପ୍ରଦାନ କରିଥିଲେ।

ଏକ୍ସ ପ୍ଲାଟଫର୍ମରେ ଜ୍ୟୋତିଙ୍କ ଗିରଫ ଓ ତାଙ୍କ ହ୍ବାଟସଆପ ଚାଟକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି। ଅନେକ ପୋଷ୍ଟରେ ତାଙ୍କୁ ପାକିସ୍ତାନ ଗୁଇନ୍ଦା ଭାବେ ଅଭିହିତ କରାଯାଇଛି ଏବଂ ତାଙ୍କ ଆଇଏସଆଇ ସହ ସମ୍ପର୍କକୁ ନେଇ ନିନ୍ଦା କରାଯାଉଛି। ଏହି ମାମଲା ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତର ଚିନ୍ତାର ବିଷୟ ହୋଇଛି। ଅନୁସନ୍ଧାନ ଜାରି ରହିଛି ଏବଂ ଆଗାମୀ ଦିନରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?