ରାଜଧାନୀରୁ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ: ଚିନ୍ତା ବଢ଼ାଉଛି ପଟିଆ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜଧାନୀରେ ବେଲଗାମ କରୋନା। ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୮୯୦ ଲୋକାଲ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।