ମଡନ୍‌ ମରଣ

ଅଙ୍କଲ ଜଣଙ୍କ ସହର ସେମୁଣ୍ଡରୁ,ଏମୁଣ୍ଡ ଆଣ୍ଟିଙ୍କ ଘରକୁ ବେଳକାଳ ଉଣ୍ଡି ଉଣ୍ଡି ପ୍ରାୟ ଆସୁଥିଲେ। ଆଜିକାଲିର ବଡ଼ ମିଡିଏଟର ମୋବାଇଲ୍‌ ଫୋନ୍‌ ଏମିତିଆ ମଧୁର ସମ୍ପର୍କ ଯୋଡ଼ାଯୋଡ଼ି କାମ କରିଦେଇଥିଲା। ଅଙ୍କଲ ଯେତେବେଳେ ଆସୁଥିଲେ ହାତରେ ଦାମୀ ଚକୋଲେଟ୍‌ ସହ ତିରିଶ ପଚାଶ ଟଙ୍କା ଧରି ଆସୁଥିଲେ। ଆଣ୍ଟିଙ୍କ ସାତବର୍ଷର ଛୁଆକୁ ଦେଇ ଭଲ ପୋଷା ମନେଇ ରଖିଥିଲେ। ହାତରେ ଚକୋଲେଟ ସହିତ ଟଙ୍କା ଦେଇ ମନଇଚ୍ଛା ଖର୍ଚ୍ଚ କରିବାକୁ କହି ବଜାରକୁ ପଠେଇ ଦେଲାପରେ, ହୃଦୟ ଖୋଲା ସମ୍ପର୍କର ସଦୁପଯୋଗ କରୁଥିଲେ। ହେଲେ କୋଉ ଚୁଗୁଲିଆଟାର ଦେହ ସହିଲାନି ବୋଲି ଆଣ୍ଟିଙ୍କ ଖାଣ୍ଟି ପତିଙ୍କ କାନରେ ପକେଇ ପରିସ୍ଥିତିକୁ ବିଷମୟ କରିଦେଲା। ତହୁଁ ପତିଙ୍କ ଗାଢ଼ା ବିଶ୍ୱାସ, ଅବିଶ୍ୱାସ ସନ୍ଦେହରେ ବଦଳିବା ପରେ ଦିନେ ଆସି ତିନିଦିନିଆ ଟୁର୍‌ ଯିବା କଥା କହି ପତ୍ନୀଠାରୁ ବିଦାୟ ନେଲେ। କିନ୍ତୁ ହଠାତ୍‌ ସେଇଦିନ ସଞ୍ଜବୁଡ଼େ ଅକସ୍ମାତ୍‌ ଆଗମନ କରି ଆପଣା ପତ୍ନୀଙ୍କ ସହିତ ଅଙ୍କଲଙ୍କୁ ବେଡ୍‌ରୁମ୍‌ରେ ଆବିଷ୍କାର କରି ପ୍ରବଳ ତିରସ୍କାର କଲେ। ପୁତ୍ର ଆସି ଦେଖିଲେ ଡାଡି ଖୁବ୍‌ ରାଗି ଅଙ୍କଲଙ୍କୁ ଗାଳି କରୁଛନ୍ତି। ତେଣୁ ଅଙ୍କଲଙ୍କ ଚକୋଲେଟ ଟଙ୍କାରେ ପୋଷା ମାନିଥିବା ପୁତ୍ର ତୁରନ୍ତ କାମ ଦେଖେଇଲା। ହାତରେ ଅଙ୍ଗ୍ରେଜିଆ ବ୍ୟାଟ୍‌ରେ ଡାଡିଙ୍କ ମୁଣ୍ଡକୁ ଶକତ ପାହାର ପକେଇ କହିଲା, ”ଆଉ ଯେବେ କୋଉଦିନ ମୋ ଅଙ୍କଲଙ୍କୁ କ’ଣ କହିଥିବୁ ତେବେ ମତେ ଚିହ୍ନିବୁ।“

ଆଜ୍ଞା ! ଯେବେଠୁ ବାପା-ବୋଉମାନେ ଡାଡି-ମମୀ ପାଲଟିଗଲେଣି, ସେବେଠୁ ବାହାର ଅଙ୍କଲମାନେ ଗୃହ ପ୍ରବେଶ କରିବାକୁ ସାହସ କଲେଣି। ଅଙ୍କଲର ଅସଲ ଅର୍ଥ ହେଲା ବିନା ଡାକରାରେ ଯେ ଘରକୁ ପଶି ଜବର ଅଧିକାର ସାବ୍ୟସ୍ତ କରନ୍ତି। ଆଉ ଆଣ୍ଟିମାନେ ଯାହାର ଆଣ୍ଟ ବା ବଳ ଶକ୍ତି ଅଛି, ସ୍ତ୍ରୀ ଲିଙ୍ଗାନ୍ତ ଇପ୍‌ ପ୍ରତ୍ୟୟ ଯୁକ୍ତ ହୋଇ ଆଣ୍ଟି ବୋଲାନ୍ତି। କେହି କେହି ଆସି ଆଣ-ଟି (ଚା) କହୁକହୁ ଆଣ୍ଟି ବି ଡାକିଥା’ନ୍ତି। ଅବଶ୍ୟ ଅଙ୍କଲଙ୍କ ପିଲା ଆଣ୍ଟି ଓ ଆଣ୍ଟିଙ୍କ ପିଲାଏ ଅଙ୍କଲ ସମ୍ବୋଧନ ଭଦ୍ରାମିରେ କରନ୍ତି।

ବୋଉ। ଯେ ଲ୍ୟାଣ୍ଡ ଫୋନ୍‌ ପରି ଘରଭିତରେ ରାଉରାଉ। ମମୀମାନେ ମୋବାଇଲ୍‌ ଫୋନ୍‌ ପରି ସଦା ପାଖରେ ରହି ଦୂର ଦୂରାନ୍ତକୁ ବାହାରକୁ ବି ଗମନ କରିପାରନ୍ତି। ଆଉ ଗର୍ଲଫ୍ରେଣ୍ଡ ସବୁ ସ୍ମାର୍ଟ ଫୋନ୍‌ ପରି / ଆଠ ଦଶୁଟା କିସ୍‌ (ଚୁମା) ଏ ପଟରୁ ଛାଡ଼ିଦେଲେ ଆରପଟରୁ ରିଚାର୍ଜ ହୋଇଯାଇଥାଏ। ଏଇ ମୋବାଇଲ୍‌ ପରି ମିଛୁଆ ଡାଡି-ମମୀ, ବୟ ଫ୍ରେଣ୍ଡ, ଗର୍ଲ ଫ୍ରେଣ୍ଡ। ପାଖରେ ଅଛି କହି କାହା କାଖରେ ଲାଗି ଯାଇଥିବେ। କଲେଜ କି ଅଫିସ୍‌ ନଁା କହି କ୍ଲବ, ପାର୍କ, ସିନେମାହଲ୍‌ରେ ବସିଥିବେ। ବିଜିବିଜି କହି ଫୋନ୍‌ କାଟୁଥିବେ ଅବା ଯିବିଯିବି କହୁଥିବେ।

ବାପା, ବୋଉରୁ ଏମାନେ ଯେତେବେଳେ ମମୀ ଡାଡି ହୁଅନ୍ତି, ଅଧିକାଂଶଙ୍କର ଭାଷା, ଭାବ, ପ୍ରେମ, ବେଶ, ହସ ବଦଳିଯାଏ। ସଫେଦ କେଶ କଳା କି କସରା ହୁଏ। ଲମ୍ବାଚୁଟି କାଟିକାଟି ଛୋଟିଆ ବେକ ଉପରକୁ ରହେ। ଶାଢ଼ିରୁ ସାଲୱାର, ଜିନ୍ସ ଶର୍ଟ ହୋଇଯାଏ । ଅଧିକାଂଶ ବିୟୁଟି ପାର୍ଲର କି ବିୟର ପାର୍ଲର ପାଲରେ ପଡ଼ିଯା’ନ୍ତି। ଛୁଆଙ୍କୁ ଚଲେଇ କୁକୁରଙ୍କୁ କାଖାନ୍ତି। ଓଡ଼ିଆ ସର୍କାରୀ ସ୍କୁଲରୁ ଅଙ୍ଗ୍ରେଜିଆ ପ୍ରାଇଭେଟ୍‌ ସ୍କୁଲରେ ଚଢ଼ା ଦାମ୍‌ ଦେଇ ପିଲାଙ୍କୁ ପଢ଼ାନ୍ତି। ପିଲାଏ ବାପା-ବୋଉ ଡାକିଲେ କାଲା ହେଇଯା’ନ୍ତି। ଡାଡି-ମମୀର ମଧୁର ସ୍ବର ଶୁଣି ଜବାବ୍‌ ଦିଅନ୍ତି। ଶହେକେ ଷାଠିଏ ଭୁଲ୍‌ ହେଉ ପଛେ ହିନ୍ଦୀ-ଇଂଲିଶରେ କଥା ହୁଅନ୍ତି ା ଘଷା ଫୋନ୍‌କୁ ହାତରେ ଧରି ଘଷୁଥା’ନ୍ତି ା ଚାଟିଂ ନେଟିଂକୁ ଭଲ ପା’ନ୍ତି। କେହିକେହି ପଡ଼ୋଶୀଙ୍କ ପତି-ପତ୍ନୀ ଆଡ଼କୁ ଅଧିକ ଆକର୍ଷିତ ହୋଇ ପ୍ରଶଂସକ/ପ୍ରଶଂସିକା ପାଲଟିଯା’ନ୍ତି। ଗାଈ ରଖି ଗାଉଁଲୀ ଶୁଣିବାଠାରୁ ବିଦେଶୀ କୁକୁର ପାଳି ମର୍ଡନ ବୋଲି ଘୋଷଣା କରନ୍ତି। ଗୁରୁବାର ମାଣବସା ସାଦା ଅରୁଆ ତର୍କାରି ଘର ରନ୍ଧାଠାରୁ ହୋଟେଲ୍‌ ବାର୍‌ରେ ଖାଇବା ପିଇବାକୁ ବେଶି ପସନ୍ଦ କରନ୍ତି। ମନ୍ଦିର ଯିବାଠାରୁ ବୟ ଫ୍ରେଣ୍ଡ / ଗର୍ଲ ଫ୍ରେଣ୍ଡ ବା ଅଙ୍କଲ / ଆଣ୍ଟିଙ୍କ ସହ ପାର୍କ ବୁଲିବା ଶପିଂ କରିବାକୁ ଭଲ ପା’ନ୍ତି। ସ୍ମାର୍ଟ ହେବାପାଇଁ ସ୍ମାର୍ଟ ସିଟିରେ ରହିବା, ସ୍ମାର୍ଟ ଡ୍ରେସ୍‌ ପିନ୍ଧିବା କିଟିପାର୍ଟି କରିବା ସଂସ୍କାର ଆପଣେଇନିଅନ୍ତି। ଆରିଶା, କାକରା, ନାକରା ଲାଗେ। ଚୁଡ଼ାଛତୁଆ, ପଖାଳ ଠାରୁ ଚା’ ଚାଟ୍‌, ଚାଉମିନି, ହଟ୍‌ ପିଜ୍ଜାରେ ମନ ଲାଖିଯାଏ। ଦହି, ଲେମ୍ବୁ, ଚିନି ସରବତ୍‌ଠାରୁ କୋଲ୍ଡଡ୍ରିଙ୍କ୍‌ସ, ବିୟର, ଫରେନ୍‌ ଲିକର୍‌ ସୁଆଦିଆ ଲାଗେ। ଓଡ଼ିଆ କହିଲାବେଳେ ବେଶି ରିଅଲି, ଆକ୍ଚୁଆଲି, ବଟ୍‌, ନଟ୍‌, ବାଏ, ହାଏ ଲଗେଇ ଓଠକୁ ଅଧିକା ଲମ୍ବେଇ କହନ୍ତି ତ କେହି ପାଟିଠାରୁ ବଡ଼ି, ଆଖିରେ ବେଶି ଏକ୍ସପ୍ରେସନ୍‌ ଦିଅନ୍ତି।

ଡାଡି-ମମୀଙ୍କଠୁ ଅଧିକ ମଡର୍ନ ତାଙ୍କ ପିଲାଏ ା ମୋଟା ଜିନ୍ସ ଶର୍ଟ ନ ପିନ୍ଧି ଚଢ଼ାଦାମ୍‌ ଦେଇ ଚିରାଫଟା ପିନ୍ଧି ସ୍ମାଇଲ୍‌ ଫେସ୍‌ରେ ମଡର୍ନ ଷ୍ଟାଇଲ୍‌ ବୋଲି ଦେଖେଇ ହୁଅନ୍ତି ା ବଡି ଯେତେ ପତଳା (ସ୍ଲିମ୍‌) ହେଉଥାଏ, ଗର୍ବରେ ଛାତି ସେତେ ଫୁଲୁଥାଏ। ଦେଶୀୟ ଦିଅଁ ଦେବତା କଳାକାର ସଂଗୀତ ନୃତ୍ୟଠାରୁ ଫରେନ୍‌ ପ୍ରୀତି, ଫରେନ୍‌ ସଂସ୍କୃତି, ଡ୍ୟାନ୍ସ, କଳାକାର, ଫିଲିମ୍‌ଷ୍ଟାର ଭଲ ବାସ୍ନା ହୁଅନ୍ତି। ଜେଜେ-ଜେଜୀ / ବାପା-ବୋଉଙ୍କ ପାଞ୍ଚ-ସାତ ପିଲା, ଡାଡି-ମମୀ ବେଳକୁ ଦୁଇ ଏକକୁ କମି ପରବର୍ତ୍ତୀ ପିଢ଼ି ମଡର୍ନ ଗର୍ଲ ବୟଙ୍କ ବେଳକୁ ଶୂନ୍ୟ ବେବୀ, ଲିଭିଂ ଟୁଗେଦର, ସମଲିଙ୍ଗି ବିବାହ ସମ୍ପର୍କ, ରିଲେସନ୍‌ଶିପ୍‌ ଜମାନା ଚାଲିଆସିଥାଏ। ଯାହାର ଯେତେ ରିଲେସନ୍‌ଶିପ୍‌ ସେ ସେତେ ପାରିବାର ହେଲେଣି। ବହୁବାର ‘ବ୍ରେକ୍‌ଅପ୍‌’ ହେଲେ ବି ବହୁ ସ୍ବପ୍ନ ବହୁ ବାହାଦୁରି ଗପ ଗପୁଥାନ୍ତି ା ଗୁରୁଜନଙ୍କ ହିତୋପଦେଶଠାରୁ ଗୁଗଲ୍‌ ଗୁରୁଙ୍କଠାରୁ ମାତ୍ରାଧିକ ଶିକ୍ଷା ଆଗକୁ ଆଗେଇନିଏ।

”ବହୁ ସମ୍ପର୍କ, ବହୁ ସାଙ୍ଗ, ରଙ୍ଗ ଛାଡ଼ିଲେ ବୟସ ଗଡ଼ିଲେ ପୂରା ନିଃସଙ୍ଗ।“ ଓଭର୍‌ ସ୍ମାର୍ଟ ହେଉ ହେଉ ସ୍ବପ୍ନ ଦେଖାରାତି ଭୋର୍‌ ହୋଇ ଦିନ ନୁହଁ ଆଉ ଗୋଟେ ଭିନ୍ନ ଅନ୍ଧାରକୁ ଟାଣି ନେଉଥାଏ। ଅସମୟରେ ମରଣକୁ ବରଣ କରନ୍ତି। ଅନେକ ପୁଅ ଝିଅ ସୁଇସାଇଡ୍‌ ନୋଟ୍‌ ଲେଖି ମରିବାକୁ ‘ମଡର୍ନ-ମରଣ’ ବୁଝିଥାନ୍ତି।

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ,
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri