ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ ଏବଂ ବନବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବରଂ ବ୍ୟବସାୟୀଙ୍କଠାରୁ ହାତଗୁଞ୍ଜା ନେଇ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ଦେଇଆସୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ପଛିକୋଟ ଡିମାର୍କେଟ ପ୍ରୋଟେକ୍ଟ ଫରେଷ୍ଟ (ଡ଼ିପିଏଫ୍‌) ଅଧୀନ କୋରବନ୍ଦୀ ଶାଳ ଜଙ୍ଗଲ ନିକଟରୁ ଜଣେ ଗ୍ରାମ୍ୟ ଉନ୍ନୟନ ଠିକାଦାର ପ୍ରାୟ ୫୦ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ମୋରମ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଯାଜପୁର ରୋଡ଼ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେଁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଓଲଟା ଠିକାଦାରଙ୍କୁ ନକଲି କାଗଜପତ୍ର ଜରିଆରେ ମୋରମ ଲୁଟ କରିବାକୁ ପ୍ରୋତ୍ସାହନ ଯୋଗାଇଦେବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ଅଭିଯୋଗ ହୋଇଛି । ଗୋହିରାଗଡ଼ିଆ ( ଭାଲୁକାହୁଡ଼ି ) ସାହି ନିକଟରୁ ପାଟରଙ୍ଗା ଜଙ୍ଗଲକୁ ଲାଗି ଥିବା ରାସ୍ତାର ସମ୍ପ୍ରସାରଣ ନିମନ୍ତେ ସମ୍ପୃକ୍ତ ଠିକାଦାର ଜଣକ ଭାଲୁକାହୁଡ଼ି ଆଦିବାସୀ ବସ୍ତି ପ୍ରାଥମିକ ବିଦ୍ୟାଳୟ ନିକଟ ଗୋହିରାଗଡ଼ିଆ ମୌଜା ଖାତା ନଂ. ୨୨୯ ଏବଂ ପ୍ଲଟ ନଂ. ୩୧ ଜଙ୍ଗଲ ଜମିରୁ ଆଦିବାସୀ ଲୋକଙ୍କୁ ଧମକଚମକ ଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ମୋରମ ଲୁଟି ନେଇ ରାସ୍ତାର ମୂଳଦୁଆ ପ୍ରସ୍ତୁତ କରିଛନ୍ତି । ଫଳରେ ସ୍କୁଲ ନିକଟରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟର ସାମାନ୍ୟ ଦୂରରେ ଅନ୍ୟ ୨ ଜଙ୍ଗଲ ଜମିରୁ ମଧ୍ୟ ଅନୁରୂପ ଭାବେ ସମାନ ଢଙ୍ଗରେ ସମ୍ପୃକ୍ତ ଠିକାଦାର ଜଣକ ବେଆଇନ ଭାବେ ବିପୁଳ ମୋରମ ଖନନ କରି ବଡ଼ ଗର୍ତ୍ତ ସୃଷ୍ଟି କରିଛନ୍ତି । ରାସ୍ତାର ମୂଳଦୁଆ ପାଇଁ ଅଳ୍ପ କିଛି ମୋରମ ଲାଗିଥିବା ବେଳେ ୧୦୦ ଟ୍ରିପ୍‌ରୁ ଊଦ୍ଧର୍‌ବ ମୋରମ ଅନ୍ୟତ୍ର ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଜଙ୍ଗଲ କଡ଼ରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଥିସହିତ ସରକାରଙ୍କ ପ୍ରାୟ ୫୦ ଲକ୍ଷ ଟଙ୍କାର ରାଜସ୍ବ ହାନି ହୋଇଥିବା ଅକଳନ କରାଯାଇଛି । ଏନେଇ ବନବିଭାଗଠାରୁ ଆରମ୍ଭ କରି ବ୍ୟାସନଗର ତହସିଲ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନା କରାଯାଇନାହିଁ । ଏପରି କି ଏହି ଅଭିଯୋଗ ଉପରେ ମାପଚୁପ କରିବାକୁ ମଧ୍ୟ ଅଧିକାରୀ ମାନେ ଆଗ୍ରହ ପ୍ରକାଶ କରିନାହାନ୍ତି । ଯାହାକୁ ନେଇ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ବଡ଼ ଧରଣର ମୂଳଚାଲ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି । ଯାଜପୁର ଜିଲାରେ ଏହା ଏକମାତ୍ର ଶାଳ ଜଙ୍ଗଲ ହୋଇଥିବା ବେଳେ ରକ୍ଷଣାବେକ୍ଷଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏନେଇ ଯାଜପୁର ରୋଡ଼ ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ଏହା ଗ୍ରାମ୍ୟ ଜଙ୍ଗଲ ହୋଇଥିବାରୁ ଏହାର ଉତ୍ତର ଦାୟିତ୍ୱ ତହସିଲଦାର ନେବା କଥା ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତଙ୍କୁ ଏ ସଂକ୍ରାନ୍ତରେ ପଚାରିବା ପାଇଁ ଏକାଧିକ ଥର ଫୋନ୍‌ କରିଥିଲେ ହେଁ ସେ କଲ ଗ୍ରହଣ କରିନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri