ଭୁବନେଶ୍ୱର,୨୫ା୧୦: ଆସନ୍ତା ୨୮ ତାରିଖ ସନ୍ଧ୍ୟା ଅର୍ଥାତ୍ ମଙ୍ଗଳବାର ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡ୍ଫଲ କରିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ତେବେ ବାତ୍ୟା ‘ମୋନ୍ଥା’ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡ୍ଫଲ କରିବ। ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ। ଲ୍ୟାଣ୍ଡ୍ଫଲ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା କହିଛନ୍ତି।
ଓଡ଼ିଶାରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କିମି ପବନ।
ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲାପାଳମାନେ ଉପସ୍ଥିତ ଅଛନ୍ତି।