ବଳ ଗୋଟାଉଛି ମୋନ୍ଥା: ମଛଲିପଟନମରେ କରିବ କି ଲ୍ୟାଣ୍ଡଫଲ

ଭୁବନେଶ୍ୱର,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି। ଗୋପାଳପୁର ଠାରୁ ୫୩୦ କିମି ଦୂରରେ ’ମୋନ୍ଥା’ ରହିଛି। ମଙ୍ଗଳବାର ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।

Dharitri – Odisha’s No.1 Odia Daily

Share
Tags: Montha