ମୋନ୍ଥାର ପ୍ରଭାବ:  ଛୁଟି ବାତିଲ୍‌ ପରେ ଜରୁରୀ କାଳୀନ ବୈଠକ

କେସିଙ୍ଗା,୨୭।୧୦(ତୁମେଶ୍ବର ସାହୁ ): ଆସନ୍ତା ୨୮ ରୁ ୩୦ ତାରିଖ ଯାଏ  ହେବାକୁ ଥିବା ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବିଡିଓ  ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ସୋମବାର ଅନୁଷ୍ଠିତ ହୋଇଛି। ବାତ୍ୟା ମୋନ୍ଥାକୁ   ଦୃଷ୍ଟିରେ ରଖି ବ୍ଲକର ସମସ୍ତ ବିଭାଗ ଯଥା ରାଜସ୍ବ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ହର୍ଟିକଲ୍ଚର ବିଭାଗ, କୃଷି ବିଭାଗର  ସମସ୍ତ ଅଧିକାରୀଙ୍କୁ ନେଇ ଏହି  ବୈଠକ ହୋଇଥିଲା। ଏଥିରେ ସମସ୍ତ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ତେବେ କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷାରେ ଜଳମଗ୍ନ   ହୋଇଛି। ବେଳଖଣ୍ଡି,  ତୁର୍ଳାଖମନ, ହାତିଖୋଜ, ସିରଜାପାଲି,କୁମ୍ଭାରପଡା, ବାହାଦୂରପିଟା, ପଥରଲା ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନେବା ନେଇ ଆଲେଚନା ହୋଇଛି। ପ୍ରବଳରୁ ଅତି ପ୍ରବଳ  ବର୍ଷା ହେଲେ ସ୍କୁଲ କଲେଜରେ ଲୋକମାନେ କିପରି ସୁରକ୍ଷାରେ ରହିବେ ସେ ନେଇ ବିସ୍ତୃତ ଭାବେ  ଆଲୋଚନା କରାଯାଇଥିଲା। ସେମାନଙ୍କୁ ଖାଦ୍ୟପେୟ,ପାନୀୟଜଳ, ମାଚିସ, କିରୋସିନୀ, ଯୋଗା ଯିବା ନେଇ କଥା ହୋଇଛି।
ଏହି  ଜରୁରୀକାଳୀନ ବୈଠକରେରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର ଅଗ୍ନିଶମ ବିଭାଗ, ଫରେଷ୍ଟର ଯଶୋବନ୍ତ ନାଏକ, କୃଷି ବିଭାଗର ଅଧିକାରୀଙ୍କ ସମେତ ସମସ୍ତ ଯନ୍ତ୍ରୀ, ପିଇଓ, ଶିକ୍ଷକ ମାନଙ୍କୁ ସଚେତନ ରହିବାକୁ ବିଡିଓ ସୂଚନା ଦେଇଥିଲେ। ଏ ସଂକ୍ରାନ୍ତରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ବାତ୍ୟା  ହେବା ପୂର୍ବରୁ  ଲୋକଙ୍କୁ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

Share
Tags: kesinga