ମୋନ୍ଥା ପ୍ରଭାବ: ପାହାଡ଼ରୁ ଧସିଲା ପଥର

ଗଜପତି,୨୮।୧୦(ଗିରିଧାରୀ ପରିଛା): ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ମୋନ୍ଥା। ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ବାତ୍ୟା ମୋନ୍ଥା। ମଛଲିପଟନମ ଠାରୁ ୨୩୦, କାକିନା ୩୧୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି।

ଏପରିକି ମୋନ୍ଥାର ପ୍ରଭାବ ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ କାଶୀନଗର ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା-ବାରଭା ରାସ୍ତାରେ ପାହାଡ଼ ଧସି ପଡିଛି। ବଡ଼ ବଡ଼ ପଥର ରାସ୍ତା ଉପରେ ପଡି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ହୋଇଛି।