କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

କଟକ,୨୩।୫: ମଣ୍ଟେ କାର୍ଲୋ ଫ୍ୟାଶନ ଲିମିଟେଡ୍‌ (ଏମ୍‌ସିଏଫ୍‌ଏଲ୍‌)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ(ଷ୍ଟୋର) ବୁଧବାର କଟକର ବଜ୍ରକବାଟୀ ରୋଡ୍‌ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪,୦୦୦ ବର୍ଗଫୁଟ୍‌ ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ନୂତନ ତଥା ମଣ୍ଟେ କାର୍ଲୋର ପ୍ରଥମ ଷ୍ଟୋର (୪ମହଲା ବିଶିଷ୍ଟ) ରେ ସବୁବର୍ଗର ଗ୍ରାହକଙ୍କ ପାଇଁ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଉପଲବ୍ଧ।

ଏହି ଅବସରରେ ଏମ୍‌ସିଏଫ୍‌ଏଲ୍‌ର ଭିପି ପଙ୍କଜ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଟେ କାର୍ଲୋ କଟକ ଶୋ’ରୁମ୍‌ର ସ୍ବତ୍ୱାଧିକାରୀ (ମାଲିକ) ଅମିତ ଅଗ୍ରୱାଲଙ୍କ ସମେତ ଏମ୍‌ସିଏଫ୍‌ଏଲ୍‌ର ମିଡିଆ ହେଡ୍‌ ନୀରଜ କୁମାର ନିର୍ବାଣ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଏମ୍‌ସିଏଫ୍‌ଏଲ୍‌ର ଭିପି ପଙ୍କଜ ଶ୍ରୀବାସ୍ତବ କହିଥିଲେ, କଟକରେ ଆମେ ଆମର ନୂତନ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍‌ଘାଟନ) କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ନୂତନ ଷ୍ଟୋର ଗ୍ରାହକଙ୍କୁ ଏକ ପରିବର୍ତ୍ତନଶୀଳ ଶପିଂ ଅଭିଜ୍ଞତା ପ୍ରଦାନ କରିବ,ଯାହା ମଣ୍ଟେ କାର୍ଲୋଙ୍କ ଟ୍ୟାଗ୍‌ଲାଇନ୍‌ ସହ ଜଡ଼ିତ ରହିଛି। ସେହିଭଳି ଗ୍ରାହକଙ୍କ ଶପିଂ ଅଭିଜ୍ଞତାକୁ କ୍ରମାଗତ ଭାବେ ଉନ୍ନତ କରିବା ସହ ପ୍ରତ୍ୟେକ ପରିଦର୍ଶନ ଏହାକୁ ଆହୁରି ଉନ୍ନତ କରିବା ପାଇଁ ଷ୍ଟୋର ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri