Posted inଜାତୀୟ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨୦ା୭ (ପି.ଟି.)
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏନ୍‌ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ, ଅଯୋଧ୍ୟା ରାମମନ୍ଦିରରୁ ଦାନ ଅର୍ଥ ଚୋରି ଅଭିଯୋଗ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିଦେଶୀ ନୀତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାରୁ ଅଧିବେଶନ ଆରମ୍ଭରୁ ତୁମ୍ବିତୋଫାନ ହେବା ସମ୍ଭାବନା ରହିଛି। ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରୁ ଏହାର ସୂଚନା ମିଳିଛି। ବିଦ୍ରୋହୀ ଟିଏମ୍‌ସି ଏମ୍‌ପିମାନଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ଏହାକୁ ବିରୋଧ କରି ସମସ୍ତ ବିରୋଧୀ ସଦସ୍ୟ ପ୍ରତୀକାତ୍ମକ ଭାବେ କକ୍ଷତ୍ୟାଗ କରିଥିଲେ। ପରେ ସେମାନେ ବୈଠକ ସ୍ଥଳକୁ ଆସି ଆଲୋଚନାରେ ଭାଗ ନେଇଥିଲେ ଏବଂ ରାମମନ୍ଦିର ଦାନ ଅର୍ଥ ଚୋରି, ପରୀକ୍ଷା ଅନିୟମିତତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।
ଗତ ଏପ୍ରିଲରେ ବଜେଟ ଅଧିବେଶନ ଶେଷ ହେବା ପରଠାରୁ ଇତିମଧ୍ୟରେ ସଂସଦର ଉଭୟ ସଦନରେ ବିରୋଧୀ ଦଳ ରୂପରେଖରେ ପରିବର୍ତ୍ତନ ଘଟିଛି। ଅନୂ୍ୟନ ୩୭ ଜଣ ଏମ୍‌ପି ବିରୋଧୀ ଦଳ ଛାଡ଼ି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ସାମିଲ ହୋଇଛନ୍ତି। ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସ୍ଥାନ ସଂରକ୍ଷଣ ଆଇନକୁ ଆଗୁଆ ଲାଗୁ କରିବା ପାଇଁ ସରକାର ପୁନର୍ବାର ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଚିନ୍ତା କରୁଥିବାବେଳେ ଏନ୍‌ଡିଏ ସପକ୍ଷରେ ସଂଖ୍ୟା ବଢ଼ିଥିବାରୁ ବିଲ୍‌ ଗୃହୀତ କରାଇବା ସହଜ ହୋଇପାରେ। ଗତ ଏପ୍ରିଲରେ ଉକ୍ତ ବିଲ୍‌ ଲୋକ ସଭାରେ ଗୃହୀତ ହୋଇପାରି ନ ଥଲା। ବିରୋଧୀ ଦଳଗୁଡ଼ିକରେ ବିଭାଜନ ହୋଇଥିବାରୁ ଶାସକ ମେଣ୍ଟର ଏମ୍‌ପି ସଂଖ୍ୟା ବଢ଼ିଯାଇଛି। କିନ୍ତୁ ଏହା ବିରୋଧୀ ଶିବିରରେ ପରସ୍ପର ପ୍ରତି ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ପାର୍ଲାମେଣ୍ଟରେ ସ୍ଥିତି ବଦଳୁଥିବାରୁ ବିଲ୍‌ ଆଗତ କରିବା ପୂର୍ବରୁ ସରକାର ଅପେକ୍ଷା କରିବେ ଓ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଟିଏମ୍‌ସିରୁ ଅଲଗା ହୋଇଥିବା ୨୦ ବିଦ୍ରୋହୀ ଏମ୍‌ପିଙ୍କ ନେତୃତ୍ୱ ନେଉଥିବା ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସର୍ବଦଳୀୟ ବୈଠକକୁ ଡାକିଥିଲେ। ସୁଦୀପଙ୍କ ସମେତ ୨୦ ବିଦ୍ରୋହୀ ଏମ୍‌ପି ନ୍ୟାଶନାଲ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ)ରେ ଯୋଗ ଦେଇଛନ୍ତି। ଉକ୍ତ ସଦସ୍ୟମାନଙ୍କ ପାଇଁ ଲୋକ ସଭାରେ ଅଲଗା ଆସନ ବ୍ୟବସ୍ଥାକୁ ବାଚସ୍ପତି ଶନିବାର ଅନୁମୋଦନ କରିଥିଲେ। ତେବେ ଏନ୍‌ସିପିଆଇରେ ସେମାନଙ୍କ ମିଶ୍ରଣକୁ ସ୍ବୀକୃତି ପ୍ରଦାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ବିଦ୍ରୋହୀ ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଟିଏମ୍‌ସି ଦାବି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?