Posted inଜାତୀୟ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨୦ା୭ (ପି.ଟି.)
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏନ୍‌ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ, ଅଯୋଧ୍ୟା ରାମମନ୍ଦିରରୁ ଦାନ ଅର୍ଥ ଚୋରି ଅଭିଯୋଗ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିଦେଶୀ ନୀତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାରୁ ଅଧିବେଶନ ଆରମ୍ଭରୁ ତୁମ୍ବିତୋଫାନ ହେବା ସମ୍ଭାବନା ରହିଛି। ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରୁ ଏହାର ସୂଚନା ମିଳିଛି। ବିଦ୍ରୋହୀ ଟିଏମ୍‌ସି ଏମ୍‌ପିମାନଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ଏହାକୁ ବିରୋଧ କରି ସମସ୍ତ ବିରୋଧୀ ସଦସ୍ୟ ପ୍ରତୀକାତ୍ମକ ଭାବେ କକ୍ଷତ୍ୟାଗ କରିଥିଲେ। ପରେ ସେମାନେ ବୈଠକ ସ୍ଥଳକୁ ଆସି ଆଲୋଚନାରେ ଭାଗ ନେଇଥିଲେ ଏବଂ ରାମମନ୍ଦିର ଦାନ ଅର୍ଥ ଚୋରି, ପରୀକ୍ଷା ଅନିୟମିତତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।
ଗତ ଏପ୍ରିଲରେ ବଜେଟ ଅଧିବେଶନ ଶେଷ ହେବା ପରଠାରୁ ଇତିମଧ୍ୟରେ ସଂସଦର ଉଭୟ ସଦନରେ ବିରୋଧୀ ଦଳ ରୂପରେଖରେ ପରିବର୍ତ୍ତନ ଘଟିଛି। ଅନୂ୍ୟନ ୩୭ ଜଣ ଏମ୍‌ପି ବିରୋଧୀ ଦଳ ଛାଡ଼ି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ସାମିଲ ହୋଇଛନ୍ତି। ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସ୍ଥାନ ସଂରକ୍ଷଣ ଆଇନକୁ ଆଗୁଆ ଲାଗୁ କରିବା ପାଇଁ ସରକାର ପୁନର୍ବାର ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଚିନ୍ତା କରୁଥିବାବେଳେ ଏନ୍‌ଡିଏ ସପକ୍ଷରେ ସଂଖ୍ୟା ବଢ଼ିଥିବାରୁ ବିଲ୍‌ ଗୃହୀତ କରାଇବା ସହଜ ହୋଇପାରେ। ଗତ ଏପ୍ରିଲରେ ଉକ୍ତ ବିଲ୍‌ ଲୋକ ସଭାରେ ଗୃହୀତ ହୋଇପାରି ନ ଥଲା। ବିରୋଧୀ ଦଳଗୁଡ଼ିକରେ ବିଭାଜନ ହୋଇଥିବାରୁ ଶାସକ ମେଣ୍ଟର ଏମ୍‌ପି ସଂଖ୍ୟା ବଢ଼ିଯାଇଛି। କିନ୍ତୁ ଏହା ବିରୋଧୀ ଶିବିରରେ ପରସ୍ପର ପ୍ରତି ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ପାର୍ଲାମେଣ୍ଟରେ ସ୍ଥିତି ବଦଳୁଥିବାରୁ ବିଲ୍‌ ଆଗତ କରିବା ପୂର୍ବରୁ ସରକାର ଅପେକ୍ଷା କରିବେ ଓ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଟିଏମ୍‌ସିରୁ ଅଲଗା ହୋଇଥିବା ୨୦ ବିଦ୍ରୋହୀ ଏମ୍‌ପିଙ୍କ ନେତୃତ୍ୱ ନେଉଥିବା ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସର୍ବଦଳୀୟ ବୈଠକକୁ ଡାକିଥିଲେ। ସୁଦୀପଙ୍କ ସମେତ ୨୦ ବିଦ୍ରୋହୀ ଏମ୍‌ପି ନ୍ୟାଶନାଲ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ)ରେ ଯୋଗ ଦେଇଛନ୍ତି। ଉକ୍ତ ସଦସ୍ୟମାନଙ୍କ ପାଇଁ ଲୋକ ସଭାରେ ଅଲଗା ଆସନ ବ୍ୟବସ୍ଥାକୁ ବାଚସ୍ପତି ଶନିବାର ଅନୁମୋଦନ କରିଥିଲେ। ତେବେ ଏନ୍‌ସିପିଆଇରେ ସେମାନଙ୍କ ମିଶ୍ରଣକୁ ସ୍ବୀକୃତି ପ୍ରଦାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ବିଦ୍ରୋହୀ ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଟିଏମ୍‌ସି ଦାବି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri