ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ ହେବାପରେ ସୋମବାର ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ଯକ୍ତ ଗ୍ରାମବାସୀ ଏକତ୍ରୀତ ହୋଇ ଗାଁରେ ଥିବା ସଂଖ୍ଯଲଘୁ ସମ୍ପ୍ରଦାୟର ଧର୍ମପୀଠ ନିକଟରେ ବ୍ଯାପକ ଭଙ୍ଗାରୁଜା କରିଛନ୍ତି ।

ଆନନ୍ଦପୁର ଥାନା ମୁର୍ଗାଗୋଠ ଗାଁରେ ସୋମବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଖବରପାଇ ଆନନ୍ଦପୁର ଏସଡପିଓ, ଥାନା ଅଧିକାରୀ ପୋଲିସ ଫୋର୍ସ ସହ ଆସି ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ପ୍ରାୟ ୪ମାସ ତଳେ ଗାଁର ନାବାଳିକା ଭନ୍ନକ୍ଷମ ଯୁବତୀ ନାଳକୁ ଗାଧୋଇ ଯାଇଥିବା ସମୟରେ ଗାଁର ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିଲେ । ହେଲେ ଏ ସମ୍ପର୍କରେ ଭୟରେ ପରିବାର ଲୋକଙ୍କୁ ଜଣାଇନଥିଲେ ପୀଡିତା । ରବିବାର ନାବାଳିକା ଜଣଙ୍କ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

 

Dharitri – Odisha’s No.1 Odia Daily